ନବଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୮୪.୭୧ ଶତକଡା ଭୋଟ ଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ଉତ୍ସାହିତର ସହ ଭୋଟ ଦେଇଥିଲେ । ୮୪୭୪ ଭୋଟରଙ୍କ ମଧ୍ୟରୁ ୭୧୭୮ ଜଣ ଭୋଟର ଭୋଟ ଦେଇ ଥିଲେ । ଯାହାକି ୮୪.୭୧ ପ୍ରତିଶତ ଅଟେ । ପ୍ରତି ବୁଥରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଭୋଟରଙ୍କ ମଧ୍ୟରେ ୩୭୪୫ ପୁରୁଷ ଏବଂ ୩୪୩୩ ମହିଳା ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ୧୧ ଓ୍ବାର୍ଡ ବିଶିଷ୍ଟ ଏହି ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱର୍ଡରେ ସର୍ବାଧିକ ୯୬.୧୬ ପ୍ରତିଶତ ଭୋଟଦାନ ହୋଇଛି । ଅନ୍ୟ ୱର୍ଡ ମଧ୍ୟରେ ୧ ନମ୍ବର ୱାର୍ଡରେ ୮୮.୨,୨ ନଂରେ ୭୮.୫୩, ୩ ନଂରେ ୯୨.୦୯, ୪ ନଂରେ ୭୫.୪୦, ୫ ନଂରେ ୯୧.୭୮, ୬ ନଂରେ ୮୪.୦୭, ୭ ନଂରେ ୭୬.୬୫, ୮ ନଂରେ ୭୭.୯୪, ୯ ନଂ ୮୭.୮୨, ୧୦ ନଂରେ ୮୯.୧୧ ଶତକଡା ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.