om academy

ସ୍କୁଲ ଉଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଆଦିବାସୀପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସୂଚନା ଅନୁସାରେ ଏହି ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ଜନସଂଖ୍ୟା ପ୍ରାୟ ୨୮୦ । ୧୯୬୨ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । କମ୍‌ ପିଲା ହେତୁ ପାଖ ସ୍କୁଲର ଦୂରତା କମ୍ ଦର୍ଶାଇ ସ୍କୁଲଟିକୁ ଢୋଲ ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା ଏନେଇ ଗ୍ରାମବାସୀ ଗତ ତା ୨୭/୦୧/୨୦୨୧ରୁ ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ଆମରଣ ଅନଶନରେ ବସିଥିଲେ । ଅନଶନର ୬ ଦିନ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ ଓ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଅନଶନରୁ ଓହରି ଯାଇଥିଲେ । ଗ୍ରାମଟି ଆଦିବାସୀ ବହୁଳ ହେତୁ ସ୍କୁଲକୁ ବନ୍ଦ ନ କରିବାକୁ ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନୀରଞ୍ଜନ ବିଶି ରାଜ୍ୟ ସରକାର, ମୁଖ୍ୟ ମନ୍ତ୍ରୀ ଶିକ୍ଷା ବିଭାଗ ମନ୍ତ୍ରୀ, ସଚିବଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀ ଏନେଇ ଅନେକ ଥର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏଯାଏଁ ସ୍କୁଲକୁ କାର୍ଯ୍ୟକ୍ଷମ କରାଯାଇ ନ ଥିବାରୁ ଗ୍ରାମବାସୀ ସମୁହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାମରୁ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଗ୍ରାମରୁ ୱାର୍ଡ ମେମ୍ବର ମଧ୍ୟ ନାମାଙ୍କନ କରିନଥିବା ବେଳେ ସରକାର ସ୍କୁଲକୁ ଯଦି ପୁନଃ କାର୍ଯ୍ୟକ୍ଷମ ନକରନ୍ତି ତା’ହେଲେ ଆଗାମୀ ନିର୍ବାଚନ ଗୁଡ଼ିକରେ ମଧ୍ୟ ଭୋଟ ବର୍ଜନ କରିବେ ବେଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.