ଆଜିଠୁ ପଞ୍ଚାୟତ ଭୋଟ୍‌ ଗଣତି ଆରମ୍ଭ : ପ୍ରଥମ ଦିନ ୩୧୫ ଜିଲ୍ଲା ପରିଷଦ ଜୋନ୍‌ ଗଣନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ୩ ଦିନ ଧରି ଚାଲିବ ଭୋଟ୍‌ ଗଣତି । ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକ୍‌ସ୍ତରରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ୍‌ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ । ସନ୍ଧ୍ୟା ସୁଦ୍ଧା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଜୋନରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ୧୪ଟି ବ୍ଲକ୍‌ରେ ଗୋଟିଏ ଗୋଟିଏ ଜୋନ୍‌ର ଗଣତି ଆରମ୍ଭ ହେବ । ତେବେ କରୋନା କଟକଣା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ହେବାକୁ ଥିବା ବେଳେ କଟକଣା ଯୋଗୁଁ କୌଣସି ବିଜୟ ଉତ୍ସବ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ।

Leave A Reply

Your email address will not be published.