ଭିନ୍ନ ଭିନ୍ନ କେନ୍ଦ୍ରରେ ଭୋଟ ଦେଲେ ସ୍ଵାମୀ ସ୍ତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ଵାମୀ, ସ୍ତ୍ରୀଙ୍କ ଅଲଗା ଅଲଗା ମତଦାନ କେନ୍ଦ୍ର ବଡ଼ ଆଶ୍ଚର୍ଯ୍ୟ କଥା । ଏପରି ଘଟଣା ଦେଖାଯାଇଛି ଦେଓଗାଁ ବ୍ଳକ ଖୋଦ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗତକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର କନ୍ଧପାଲିପଡ଼ାର ଜନୈକ ବ୍ୟକ୍ତିଙ୍କ ନାମ କଛାରପାଲି ମତଦାନ କେନ୍ଦ୍ରରେ ଆସିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମ ରହିଛି ମଦନପାଲି ସ୍ଥିତ କେନ୍ଦ୍ରରେ । ତେଣୁ ଦୁହେଁ ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ କରିଥିବା ଜଣାପଡିଛି । ଏ କୌଣସି ଜଣେ ସାଧାରଣ ଲୋକଙ୍କ କଥା ନୁହେଁ ଜଣେ ଆଇନଜୀବୀଙ୍କ ଲିଷ୍ଟରେ ଏଭଳି ତ୍ରୁଟି ହୋଇଥିବାରୁ ଅସନ୍ତୋଷ ଦେଖାଯାଇଛି । ପରିବାର ଲୋକଙ୍କ ଭିନ୍ନ ଭିନ୍ନ କେନ୍ଦ୍ରରେ ଭୋଟ ଦେବା ଭଳି ଘଟଣା କେବଳ କଛାରପାଲି ନୁହେଁ ବ୍ଲକର ଅନ୍ୟ ଗାଁମାନଙ୍କରେ ମଧ୍ୟ ଘଟିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.