ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଗତ କାଲି ବିଧାୟକ ନବୀନ ଜୈନ ଉଦ୍ଘାଟନ କରିଥିଲେ ବିଶାଲ ମେଗା ମାର୍ଟ । ଉଦ୍ଘାଟନ ପର ଠାରୁ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସଂଧ୍ୟା ସମୟରେ ଟ୍ରାଫିକ ଜାମ ଯୋଗୁଁ ପୋଲିସ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲା । ଆଜି ମଧ୍ୟ ବିଶାଲ ମେଗା ମାର୍ଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପୁରୁଣା ବ୍ୟାଙ୍କ ଛକ ଠାରୁ ଶାସ୍ତ୍ରୀ ଛକ ମଧ୍ୟରେ ରହିଛି ବିଶାଲ ମେଗା ମାର୍ଟ । ଏହି ମାର୍ଟ ପାଇଁ ପାର୍କିଂ ବ୍ୟବସ୍ଥା ଥାଇ ମଧ୍ୟ ଲୋକଙ୍କ ଏତେ ଭିଡ଼ ପରିଲକ୍ଷିତ ହେଉଛି ଯେ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳୁଛି । ଲୋକ ରାସ୍ତା କଡ଼ରେ ବାଇକ୍ ରଖି ଭିତରକୁ କିଣିବା ପାଇଁ ପଳାଉଛନ୍ତି, ଯଦ୍ୱାରା ଏହି ଟ୍ରାଫିକ ସମସ୍ୟା ଉପୁଜୁଛି । ବିଶାଲ ମେଗା ମାର୍ଟ ଖୋଲିବାର ଦୁଇ ଦିନ ହୋଇଛି କିନ୍ତୁ ଗ୍ରାହକଙ୍କ ପ୍ରବଳ ଭିଡ ହେଉଛି । ଯେହେତୁ କମ ଦାମରେ ବିଭିନ୍ନ ସାମଗ୍ରୀ ଗୋଟାଏ ଛାତ୍ ତଳେ ମିଳିପାରୁଛି ସେଥିପାଇଁ ଛୋଟ ଛୁଆ ଠାରୁ ବଡ଼ ଲୋକଙ୍କ ଭିଡ ଜମୁଛି । ଆହୁରି ଯେ ସହରରେ ରାସ୍ତା କଡ଼ରେ ବହୁ ବଡ଼ିଆ କାର ରଖି ରାସ୍ସ୍ତା କଡ଼କୁ ହିିଁ ନିଜର ପାର୍କିଂ ସ୍ଥଳ ଭାବନେଉଥିବାରୁ ଏପରି ସମସ୍ୟା ଦେଖିବା ମିଳୁଛି । ଏଣୁ ପୌର ପରିଷଦ ତରଫରୁ ଏହି ରାସ୍ତାକୁ ଚଢାଉ କରାଯାଉ କିମ୍ବା ବଡ଼ ଗାଡ଼ିମାନଙ୍କୁ ଅଲଗା ରାସ୍ତା ଦେଇ ଯିବା ଆସିବା କରିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।