oom

ଭିଜିଲାନ୍ସ ଜାଲରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଅଧିନ ଲିଆଡ ସେକ୍ସନରେ ଜବତ ପଲଙ୍କ ଖଟକୁ ରିଲିଜ କରିବା ପାଇଁ ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନାପାଲି ରେଞ୍ଜ ଅନ୍ତର୍ଗତ ଲିଆଡ଼ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ଫରେଷ୍ଟଗାର୍ଡ ସବନମ ସିରଦୋଷ । ମିଳିଥିବା ସୂଚନା ଅନୁସାରେ ଖଡିଆଳ ବ୍ଲକ କିରିକୀଟା ଗ୍ରାମର ଗଗନ ମେହେରଙ୍କ ଜବତ ପଳଙ୍ଗ ଖଟଙ୍କୁ ରିଲିଜି କରିବା ପାଇଁ ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁହେଁ ବନ କର୍ମଚାରୀ । ପ୍ରକାଶ ଯୋଗ୍ୟଯେ, ଗଗନ ମେହେର ଏକ ବାଇକ ଯୋଗେ ପଲଙ୍କ ଖଟ ଚାଲାଣ କରୁଥିବା ବେଳେ ଫରେଷ୍ଟର କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ଖଟ ସହିତ ବାଇକକୁ ଜବତ କରିଥିଲେ । ହେଲେ ଏହି ଖଟ ଓ ବାଇକକୁ ମୁକୁଳାଇବା ପାଇଁ ଦୁଇ କର୍ମଚାରୀ ୨୮ ହଜାର ଟଙ୍କା ଦାବୀ କରିଥିଲେ । ଦାବୀ ମୁତାବକ ଶ୍ରୀ ମେହେର ଭିଜିଲାନ୍ସର ସହାୟତା ନେଇଥିଲେ । ଯୋଜନା ମୁତାବକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଛକି ବସି ଲିଆଡ଼ ସେକ୍ସନ ଅଫିସ୍‌ରେ ଚଢାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଏହି ଚଢାଉରେ କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ମିଳିତ ଚଢ଼ାଉ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରଖିଛି ।

jittmm
Leave A Reply

Your email address will not be published.