
ମାଲକାନଗିରି : ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି । କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ଜୟଦାସ ଖରା । ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପୋଲିସ ଫାଣ୍ଡି ଅଧିକାରୀ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କରେ ଥିଲେ । ସେ ମାଲକାନଗିରି ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ କରିବାରେ ମାଫିଆଙ୍କୁ ସହଯୋଗ କରୁଥିଲେ । ଏଥିପାଇଁ ସେ ଜେଲ୍ ଯାଇଥିଲେ । ତେବେ ଆଜି ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।