ଭିଜିଲାନ୍ସ ଜାଲରେ ପଦ୍ମପୁର ଏନ୍‌ଏସି ଟେକ୍ସ କଲେକ୍ଟର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି । ବିଭାଗୀୟ ସୂଚନା ମତେ ଅଭିଯୋଗକାରୀ କିଣିଥିବା ଏକ କୋଠାଘରର ନମ୍ବର ପରିବର୍ତ୍ତନ ଏବଂ ଘରର ବାର୍ଷିକ ଟ୍ୟାକ୍ସ ଦର ହ୍ରାସ କରିବାକୁ ଟେକ୍ସ କଲେକ୍ଟରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଟେକ୍ସ କଲେକ୍ଟର ଦୀନବନ୍ଧୁ ପଣ୍ଡା ଏଥିପାଇଁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିରେ ଅଭିଯୋଗକାରୀ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶନାରେ ବରଗଡ଼ ଭିଜିଲାନ୍ସ ବିଭାଗ ଡିଏସ୍‌ପିଙ୍କ ନେତୃତ୍ୱରେ ଏନ୍‌ଏସି ଅଫିସ ମଧ୍ୟରେ ଶ୍ରୀ ପଣ୍ଡା ଲାଞ୍ଚ ନେବା ବେଳେ ଧରିଥିଲେ । ସେଠାରୁ ବିଭାଗୀୟ ଅଧିକାରୀମାନେ ରାସାୟନିକ ଲଗା ଟଙ୍କା ଜବତ କରିବା ସହ ଅଭିଯୁକ୍ତଙ୍କ ହାତ ଧୋଇ ଲାଞ୍ଚ ନେଇଥିବା ଜାଣି ତାଙ୍କୁ ଗିରଫ କରିଥିଲେ । ଭିଜିଲାନ୍ସ କେସ୍‌ ନଂ ୫/ତା.୧୬/୨/୨୨ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.