jayashree

ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗଣ ଅଧିକାରୀ

ଭୁବନେଶ୍ୱର : ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସିଭିଲ ସପ୍ଲାଏ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ରେଡ୍ କରିଛି ପୋଲିସ୍‌ । ସୂଚନା ଅନୁଯାୟୀ, ଭୁବନେଶ୍ବର, ପୁରୀ​‌ର ପାଞ୍ଚଟି ସ୍ଥାନରେ ରେଡ୍‌ ଜାରି ରହିଛି ।

ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ରେଡ୍‌ କରାଯାଇଛି । ଚଢ଼ଉରେ ୨ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂ ବୋର୍ଡ ସ୍ଥିତ ଘର, ରାଜାରାଣୀ କଲୋନୀ ଘର, ନିମାପଡା, ପୁରୀ ପୈତୃକ ଘର ଓ ନିମାପଡାରେ ଥିବା ଫାର୍ମ ହାଉସରେ ଏକକାଳୀନ ସ୍ଥାନରେ ଚଢ଼ଉ ଜାରି ରହିଛି ।

Leave A Reply

Your email address will not be published.