ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ

ବାରିପଦା : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ ମାଗିଥିଲେ । କନିଷ୍ଠ ଯନ୍ତ୍ରୀ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ଆଶିଷଙ୍କ ୨ଟି ସ୍ଥାନରେ ରେଡ୍ କରିଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!