
ଯଶିପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯଶିପୁର ତହସିଲ କର୍ମଚାରୀ । ଜମିଜମା କାମରେ ତହସିଲ ଅଫିସର କିରାଣୀ ଭାର୍ଗବ ମହାକୁଡ଼ ଜଣେ ଲୋକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟରେ ଥିବା ଖଡ଼ିଆ ମାଙ୍କଡିଆ ଅଫିସ ପାଖରେ ଲାଞ୍ଚ ନେବା ସମୟରେ ସେ ଧରାପଡ଼ିଥିଲେ । ପୂର୍ବରୁ ଭିଜିଲାନ୍ସ ବିଭାଗ ଅଧିକାରୀ ସେଠାରେ ଛପି ରହିଥିଲେ । ପରେ ତହସିଲ ଅଫିସକୁ ଯାଇ ଭାର୍ଗବ ବସୁଥିବା ସ୍ଥାନର ଆଲମାରୀ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିବା ସହିତ ଉକ୍ତ କିରାଣୀଙ୍କୁ ଗିରଫ କରିଥିଲେ ।