ବନ ମହୋତ୍ସବ ସପ୍ତାହ ପାଳିତ

ଜୟପୁର, (ଜଗନ୍ନାଥ ବିଶୋଇ) : ଜୟପୁର ରଣ୍ଡାପାଲି ଠାରେ ଥିବା ଫାର୍ମାସୀ କଲେଜ ପରିସରରେ ୟୁଥ ରେଡ଼କ୍ରସର ଓ ଜାତୀୟସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ.ସଂଗ୍ରାମୀ କେଶରୀ ପଣ୍ଡା ଯୋଗଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ନିଜ ନିଜ ଗ୍ରାମରେ ସାଙ୍ଗସାଥୀଙ୍କୁ ନେଇ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେବା ସହ ବୃକ୍ଷ ଓ ମନୁଷ୍ୟ ଉଭୟ ପରିପୂରକ ବୋଲି କହିଥିଲେ । ଆମେ ବଞ୍ଚିବା ପାଇଁ ଯେମିତି ଯତ୍ନ ନେଉଛେ, ବୃକ୍ଷର ସେମିତି ଯତ୍ନ ନେବାକୁ ହେବ ବୋଲି କହିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଧ୍ୟାପିକା ତଥା ସଂଯୋଜିକା ମାନସୀ ଖାଡ଼ଙ୍ଗା ନିଜ ଅଭିଭାଷଣରେ କହିଥିଲେ ଯେ, ଗୋଟିଏ ବୃକ୍ଷ ୧୦ଟି ମଣିଷ ଜୀବନ ସହ ସମାନ ଓ ପ୍ରତିଟି ମଣିଷ ନିଜ ଜୀବନରେ ପ୍ରତିବର୍ଷ ଅତି କମ୍‌ରେ ଗୋଟିଏ ବୃକ୍ଷ ଲଗାଇବା ପାଇଁ ଆହ୍ୱାନ କରିଥିଲେ । କଲେଜ ପରିସରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ପ୍ରାକୃତିକ ପରିବେଶ ପ୍ରତି ଛାତ୍ରଛାତ୍ରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ । ଏହି ଅବସରରେ ଫର୍ମାସୀ କଲେଜର ଉପାଧ୍ୟକ୍ଷ ସୁଜିତ କୁମାର ମାର୍ଥା, ସପନ ରଥ, ପ୍ରତିତା କାଞ୍ଚନ ସାହୁଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.