ppurohit

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ସହ ମଦନପୁର ସତସଙ୍ଗ କେନ୍ଦ୍ରର ୧୦ମ ବାର୍ଷିକ ଉତ୍ସବ ପାଳିତ

2nd

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ର ଠାରେ ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ୧୦ମ ବାର୍ଷିକ ଉତ୍ସବ ଅସୀମ ଘୋଷଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉଷା କୀର୍ତ୍ତନ, ସମବେଦ ପ୍ରାର୍ଥନା, ଅମୀୟ ଗ୍ରନ୍ଥ ପଠନ, ସଂଗୀତାଞ୍ଜଳି, ସତସଙ୍ଗ, ପ୍ରସାଦ ସେବନ ଓ ସନ୍ଧ୍ୟା ବିନତି ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ (ସହ ପ୍ରତି ରିତ୍ଵିକ) ଶେଷଦେବ ଠାକୁର, ରଜନୀକାନ୍ତ ପଣ୍ଡା ଓ ସୁହାଗ ରଞ୍ଜନ ଖମାରୀ (ଅଧର୍ଯ୍ୟ ଦେବ) ପ୍ରସନ୍ନ ପାଢ଼ୀ ଓ ଅନ୍ତର୍ଯ୍ୟାମୀ ପାଢ଼ୀଙ୍କ ସମେତ ଧର୍ମଗଡ଼, ଭାବଣିପାଟଣା, ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା, ମ. ରାମପୁର, ବଲାଙ୍ଗିର ଜିଲ୍ଲାର ତୁଷୁରା, ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରି ଗୁରୁକୃପା ଲାଭ କରିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.