ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବିଷ୍ଣୁମୁଣ୍ଡାଠାରେ ଅଂକୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କଳାକାର ଓ ସାହିତ୍ୟିକ ଜଗବନ୍ଧୁ ପଟେଲ ଯୋଗଦେଇ ଶିଶୁ ମାନଙ୍କ ଭିତରେ ସାହିତ୍ୟ ସୃଜନର ବିକାଶ ପାଇଁ ଆମେ ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଆରମ୍ଭରେ ଅତିଥି ମାନଂକୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ରତ୍ନମୟ ତ୍ରିପାଠୀ । ବାର୍ଷିକ ବିବରଣୀ ପାଠ କରିଥିଲେ ସଂସଦର ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠି । ପରେ ଅନୁଷ୍ଠିତ କବିତା ପାଠକୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଜ୍ୟୋତିରାଣୀ ମିଶ୍ର । ଏହି ସଭାରେ କବି ଚୂଡେନ୍ଦ୍ର ବେହେରା, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ, ସୁଜାତା ନାୟକ, କପିଳ ପତି, ଭକ୍ତବନ୍ଧୁ ନାୟକ ତଥା ଆହୁରି ଅନେକ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁର୍ଗାଚରଣ ସାହୁ, ସୁନାଧର ବନଛୋର, ସରିତା ସାହୁ, ମଧୁ ସାହୁ, ଅରୁଣ ଖୁଆସ, ଲିସା, ଲକି, ଆଦ୍ୟାଶା, ଆଦର୍ଶ, ଜିଜ୍ଞାସା ସହଯୋଗ କରିଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମଦନ ମୋହନ ରଥ ।
Prev Post