ବରଗଡ ମହିଳା ସମିତି ତରଫରୁ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମହିଳା ସମିତିର ନୂତନ ଗୃହରେ ବରଗଡ ମହିଳା ସମିତି ତରଫରୁ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ସଭାନେତ୍ରୀ ଶ୍ରୀମତୀ ବନଶ୍ରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୁରୁକୁଳ ଡାନ୍ସ ଏକାଡେମୀ ଓ ସିନ୍ଧି ସମାଜର ଛାତ୍ର ଛାତ୍ରୀ ତଥା ସଦସ୍ୟା ମାନଙ୍କ ଦ୍ୱାରା ସୁନ୍ଦର ସାମୁହିକ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ବରିଷ୍ଠ ସଦସ୍ୟା ଗୀତା ମିଶ୍ର, ସମ୍ପାଦକ ପ୍ରୀତି ଗୁରୁ, କୋର କମିଟି ସଦସ୍ୟା ହରଜିନ୍ଦର କୌର, କୋଷାଧ୍ୟକ୍ଷ ଇନ୍ଦ୍ରାଣୀ ଶତପଥୀ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ କନକ ପ୍ରଧାନ, ରାଧାରାଣୀ ମିଶ୍ର, ମନ୍ଦାକିନୀ ପତି, ପଦ୍ମିନୀ ସାହୁ, ଟୀନା ଦେବତା, ପୁନମ ପାତ୍ର, ଜୟଶ୍ରୀ ପଣ୍ଡା, ପ୍ରତିମା ବାରିକ, ସ୍ୱାଧିନୀ ଦାଶ ଆଦି ସଦସ୍ୟା ମାନେ ସହଯୋଗ କରିଥିଲେ । ମହିଳା ସମିତି ତାରଫରୁ ସମସ୍ତଙ୍କୁ ପ୍ରମାଣପତ୍ର ସହ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରୀତି ଗୁରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.