oom

ଶୋଚନୀୟ ଅବସ୍ଥାରେ ପଡିରହିଛି ଉତ୍ତେଇ ଜଳସେଚନ ପ୍ରକଳ୍ପ : କେବେ ପଡିବ ସରକାରଙ୍କ ଦୃଷ୍ଟି

jsmm

କଳାହାଣ୍ଡି, (ପି.କେ. ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଉପରେ ପ୍ରକଳ୍ପ କରି ଚାଲିଛନ୍ତି । କିନ୍ତୁ କଳାହାଣ୍ଡି ଚାଷୀଙ୍କ ଦୁଃଖ ଥମିବାର ନାଁ ନେଉନାହିଁ । ସରକାର ୧୯୭୧ ମସିହାରୁ ଆରମ୍ଭ କରି ୧୯୭୬ ମସିହାରେ ଉଦ୍‌ଘାଟିତ ହୋଇଥିଲା । ଆଜି ପର୍ଯ୍ୟନ୍ତ ଉତ୍ତେଇ ନଦୀର ଆମଗାଁ ଠାରେ ନିର୍ମାଣ ହୋଇଥିବା ଡ୍ୟାମରେ କେନାଲ ନିର୍ମାଣ କରି ମୁଖ୍ୟ କେନାଲର ଲମ୍ବ ୧୦.୦୯ କିଲୋମିଟର ଏବଂ ରିଷିଡା ଶାଖା କେନାଲର ୨୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ।ସରକାର ହଜାର ହଜାର ଗରିବ ଲୋକଙ୍କୁ ବଞ୍ଚିବାର ରାହା ଏବଂ ଗରିବ ଲୋକଙ୍କୁ ଦି’ଓଳି ଦି’ମୁଠା ଖାଇବା ପାଇଁ ସହାନୁଭୁତି କରିଥିଲେ ତାହା ଏବେ ଚିରସ୍ମରଣୀୟ । ବର୍ତମାନ ସେହି ପ୍ରକଳ୍ପ ଦୀର୍ଘ ବର୍ଷରୁ ନିର୍ମାଣ କରାଯାଇଥିବା ମୁଖ୍ୟ ଡ୍ୟାମ ଓ ପୋଲ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି । ଏହି ପ୍ରକଳ୍ପର ମୁଖ୍ୟ ଡ୍ୟାମ ଓ ପୋଲ ଗୁଡିକରର ରକ୍ଷଣ ବେକ୍ଷଣ ସଠିକ ଭାବରେ ହେଉ ନଥିବା କାରଣରୁ ନଦୀର ମୁଖ୍ୟ ଫାଟକର ଉପର ପାର୍ଶ୍ଵରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇ କଳଙ୍କି ଲାଗିଥିବା ଲୁହାଛଡ଼ ବିପଦକୁ ଆମନ୍ତ୍ରଣ କରିବା ସହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପୁନଃନିର୍ମାଣ ପାଇଁ ସମ୍ପୂର୍ଣ ବିଭାଗ ତରଫରୁ କୌଣସି ପଦକ୍ଷେପ ନେଉ ନଥିବା ହେତୁ ଚାଷୀ ଓ ବୁଦ୍ଧିଜୀବୀ ମାନଙ୍କ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି । ଅନ୍ୟପଟେ ଅଭିଯୋଗ ଅନୁଯାଇ ଉତ୍ତେଇ ଜଳସେଚନ ପ୍ରକଳ୍ପରେ ନିଯୁକ୍ତି ହୋଇଥିବା ସହକାରୀ ଯନ୍ତ୍ରୀଙ୍କ ଉଦାସୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଉତ୍ତେଇ ଜଳସେଚନ ପ୍ରକଳ୍ପର ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଫଳରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସହକାରୀ ଯନ୍ତ୍ରୀ ଯୋଗଦାନ କରିଥିବା ଦିନଠାରୁ ଉତ୍ତେଇ ନଦୀରେ ଥିବା ଡ୍ୟାମ ଭାଙ୍ଗିବା ଭଳି ଅବସ୍ଥାରେ ରହିଛି । କିନ୍ତୁ ସରକାରଙ୍କ ଉନ୍ନୟନ କାର୍ଯ୍ୟ ଗୁଡିକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଫଳ ହେବା ସହ ଆଉ ଯଦି କିଛିଦିନ ଯନ୍ତ୍ରୀ ଏହି ପ୍ରକଳ୍ପର ଦାୟିତ୍ଵରେ ରହିଯାନ୍ତି ତେବେ ଉତ୍ତେଇ ଜଳସେଚନ ପ୍ରକଳ୍ପ ମାଟିରେ ମିଶିଯିବ ବୋଲି ପୂର୍ବତନ ପାଣି ପଞ୍ଚାୟତ ସଭାପତି ତୁମେଶ୍ଵର ସାହୁ, ଯୁବ ଚାଷୀ ଭୈରବ ସାହୁ, ନରସିଂହ ସାହୁ, ବରିଷ୍ଠ ସାମ୍ବାଦିକ ପୟଧର ସାହୁ, ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଜଗତ ସାହୁ ତଥା ବହୁ ଚାଷୀମାନେ ଚିନ୍ତା କଲେଣି । ତେଣୁ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଅନୁଧ୍ୟାନ କରିବା ପାଇଁ ଦାବୀ ସହ ଏହି ସହକାରି ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଦେଖି ଜନ ମହଲରେ ଘୋର ନିନ୍ଦା କରାଯାଉଛି ।

jittmm
Leave A Reply

Your email address will not be published.