ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ବିଦ୍ୟାଳୟ ସେକ୍ଟର -୧୬ର ପ୍ରାଙ୍ଗଣରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଭାଷା ପ୍ରଦର୍ଶନୀ ଉତ୍ସବ, ଭାଷା ନିର୍ବାଚିକା ସଭା ଅଧ୍ୟକ୍ଷା ଜସ୍ପିନ୍ଦର କୌରଙ୍କ ଅଧ୍ୟକ୍ଷତାରେ ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଭାଷା ନିମନ୍ତେ ଓଡ଼ିଆ, ଇଂରାଜୀ ତଥା ହିନ୍ଦୀରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଭାଷା ପ୍ରଦର୍ଶନୀରେ ଶୀର୍ଷକ ଥିଲା, ଭବିଷ୍ୟତ ବିଶ୍ୱ ନିମନ୍ତେ ଭାଷାର ଭୂମିକା । ଏଥିରେ ମୁଖ୍ୟ ବକ୍ତାଭାବେ ଏନ୍ଆଇଟି କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି, ଅଞ୍ଜଳି ସାହୁ ଓ ଅଞ୍ଜୁ କକ୍କଡ । ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋଚ୍ୟ ବିଷୟରେ ଆଲୋଚନା କରି ଅନେକ ତଥ୍ୟ ପ୍ରଦାନ କରିଥିଲେ । ଭାଷା ପ୍ରଦର୍ଶନୀରେ ମଧ୍ୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଇଂରାଜୀ କନ୍କ୍ଲେଭ୍ରେ ଓଡ଼ିଆରେ ଅନ୍ୱେଷା ପରିଡ଼ା ଓ ନନ୍ଦିନୀ ସ୍ୱାଇଁ, ଇଂରାଜୀରେ ଅର୍ନେଷ ମିଶ୍ର ଓ ଦେବସ୍ମିତା ଦେହୁରୀ, ହିନ୍ଦୀରେ ଅଦିତି ଶୁକ୍ଳା ଓ ଆଲିଶ ସାହୁ କବିତା ତଥା ଗଳ୍ପପାଠ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ । ଏହିପରି ଶିକ୍ଷଣୀୟ କାର୍ଯ୍ରକ୍ରମ ଅଭିଭାବକ ତଥା ଶିକ୍ଷାବିତ୍ଙ୍କ ମହଲରେ ବହୁ ପ୍ରଶଂସନୀୟ ହୋଇ ପାରିଥିଲା । ଆସନ୍ତା ୧୩ରେ ବିଜ୍ଞାନ ମେଳା ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ କୌର ସୂଚନା ପ୍ରଦାନ କରିଥିଲେ ।
Prev Post