ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜକ ଭାବେ ଚିତ୍ତରଞ୍ଜନ ରଥ ଓ କର୍ତ୍ତା ଭାବେ ମନ୍ଦିରର ସମ୍ପାଦକ ନିରଞ୍ଜନ ସାମନ୍ତରାୟ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା, ଶ୍ରୀହନୁମାନ ପୂଜା, ହୋମ, ଯଜ୍ଞ, ନୂତନ ଧ୍ଵଜା ବନ୍ଧନ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋସ୍ନା ରାଣୀ ରାଉତ, ପଦ୍ମାବତୀ ବେହେରା, ନିରଞ୍ଜନ ଦାସ, ବସନ୍ତ କୁମାର ଦେଓ, ହରେକୃଷ୍ଣ ସାହୁ, ଅଶୋକ ସାହୁ, ଚନ୍ଦ୍ରଭାନୁ ରାଉତ, ଶୁଭଶ୍ରୀ କର, ନିର୍ଝରଣୀ ସାମନ୍ତରାୟ, ପ୍ରିୟବ୍ରତ ମହାପାତ୍ର, ଗଦାଧର ବେଜ, କୈଳାଶ ଚନ୍ଦ୍ର ପାତ୍ର, ସଂଜୀବ କର, ଶୁଭ୍ରା ଦାସ, ସୁଷମା ବେଜ, ବୀଣାପାଣି ସାହୁ, ସଂଯୁକ୍ତା ସାହୁ, ଏସ ରାଜୁ, ଉର୍ମିଳା ସାହୁ, ମଞ୍ଜୁରାଣୀ ଗୋଥ, ମୀନା ସରକାର, ମୌସୁମୀ ସରକାର, ଶାନ୍ତିଲତା ଶତପଥୀ, ଶାନ୍ତିଲତା ସାହୁ, ଶୋଭା ସିଂ, ଶ୍ରୀକାନ୍ତ ସାହୁ, ଧର୍ମେନ୍ଦ୍ର ଦାଶ, ରୁମା ପୋଦ୍ଦାର, ପ୍ରୀତି ଶର୍ମା ତଥା ମନ୍ଦିରର ସଭାପତି ପ୍ରଭାତ କୁମାର ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହ ସମାପିତ ହୋଇଥିବାରୁ ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି ।
Next Post