oom

ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦାନ କରିବା ସହ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ସଭାପତି ସତ୍ୟନାରାୟଣ ଦାଶ, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ ଗହୀର, ବ୍ଲକ ଚେୟାରମେନ୍ ରୀନା ଥଇତ ଯୋଗ ଦେବା ସହ ମୁଖ୍ୟ ବକ୍ତା ଅଭିନେତ୍ରୀ ତଥା ନୃତ୍ୟାଙ୍ଗନା ଡ.ତପସ୍ୱିନୀ ଗୁରୁ ଅବସର ପ୍ରାପ୍ତ ଗୋଷ୍ଠୀ ସଂଗଠିକା ଅଧ୍ୟକ୍ଷା ଯୋଗ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପକ ନେପାଲ ବିଶ୍ୱାଲ ଅତିଥିଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ପରିଣୀତା ପଧାନ । ପ୍ରଥମରୁ ଆଦ୍ୟ ପୂଜ୍ୟ ଗଣେଶଙ୍କ ପାଖରେ ଦୀପ ପ୍ରଜ୍ୱଳନ ହେବା ସହ ପ୍ରାରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା । ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱ ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟେ ପ୍ରଥମ ଥିବା ଛାତ୍ରୀମାନଙ୍କୁ ପୁରସ୍କାର ଦିଆଯିବା ସହ ପଦ୍ମଶ୍ରୀ ପୁରସ୍କାର ବିବେଚିତ ଭାଗବତ ପ୍ରଧାନ, ସମାଜସେବୀ ଝସକେତନ ମେହେର, ନାଟ୍ୟ ନିର୍ଦ୍ଦେଶକ ଅମିତ କୁମାର ପ୍ରଧାନଙ୍କ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରୀମାନେ ‘ଆମର ଝି’ ନାଟକ ପରିବେଷଣ କରିଥିଲେ । ମଧ୍ୟାହ୍ନ ବିରତି ପରେ ଛାତ୍ରୀ ମିଷ୍କିନା ପଧାନ, ଶ୍ରାବଣୀ ମେହେର, ରୂପାଲି ମେହେର, ଖୁସୁବୁ ଲିପ୍ସା ବିଶ୍ୱାଲ ଓ ସୋମ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା । ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ନିଳୀମା ନାୟକ, ଜ୍ୟୋତି ସାହୁ, ମନ୍ଦାକିନୀ ମେହେର, ପିଙ୍କି ବାରିକ, ପୁନମ ସାହୁ, ମିନିଶା ଭୋଇ, ଶୋଭାବତୀ ଥପା ସହକର୍ମୀ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.