jayashree

ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ରେଙ୍ଗାଲପାଲି କ୍ଲଷ୍ଟର ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ବାଣୁଆ ମୁଖ୍ୟ ଅଥିତି ଭାବରେ ଯୋଗଦାନ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଗାଳ୍ପିକ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସୁ-ଲେଖକ ଡିଲେଶ୍ୱର ରଣା ମୁଖ୍ୟ ବକ୍ତା, ସରପଞ୍ଚ ରେଙ୍ଗାଲପାଲି ଗ୍ରାମପଞ୍ଚାୟତ ଐଶ୍ଚର୍ଯ୍ୟ କୁମାର ଦାସ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଟିକେଚନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ବରିଷ୍ଠ ଶିକ୍ଷାବିତ ତଥା ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲପାଲିର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ, ଖଲିଆଭଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମାକାନ୍ତ ମାଝୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ପ୍ରମୁଖ ସମ୍ମାନିତ ଅଥିତି ଭାବରେ ମଞ୍ଚାସିନ ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଉମାଶଙ୍କର ଦୀପ ଅଧିବେଶନର ସଭାପତିତ୍ଵ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛତ୍ରୀମାନଙ୍କୁ ଅଥିତିମାନଙ୍କର ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରଥମ ଅଧିବେଶନ ପରେ ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତଙ୍କ କର କମଳରେ ଲାଇବ୍ରେରୀ ପୁସ୍ତକ ଅଷ୍ଟମ ଶ୍ରେଣୀ ପ୍ରକୋଷ୍ଠରେ ଉନ୍ମୋଚିତ ହୋଇଥିଲା । ପରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅଥିତି ଭାବେ କୁଳପତି ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ କଳାହାଣ୍ଡି, କର୍ଣ୍ଣେଲ ଡ଼. ସଞ୍ଜୟ କୁମାର ଶତପଥୀ, ମା’ ମାଣିକେଶ୍ଵରୀ ମହାବିଦ୍ୟାଳୟ ଥୁଆମୁଲ ରାମପୁରର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, ବଜେନ୍ଦ୍ର ପଟ୍ଟଯୋଶୀ ବରିଷ୍ଠ ସମାଜସେବୀ, ଥବିର ବାଗ ଅଧ୍ୟକ୍ଷ ପଞ୍ଚାୟତ ସମିତି ଜୟପାଟଣା, ଯୋଗବ୍ୟାସ ଭୋଇ ଆନ୍ତର୍ଜାତିକ ପର୍ବତାରୋହୀ ନର୍ଲା, ବରିଷ୍ଠ ସମାଜ ସେବୀ ଶେଷଦେବ ବେହେରା, ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଗିରିଶ ଚନ୍ଦ୍ର ପଟେଲ,ଏବିଓ ଟିକେ ଚନ୍ଦ୍ର ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟ ମୀନା ମଞ୍ଚ ଅଧ୍ୟକ୍ଷ୍ୟା ସୁଶ୍ରୀ ମଧୁସ୍ମିତା ସାହୁ ଅଷ୍ଟମ ଶ୍ରେଣୀ ଛାତ୍ରୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ଏହି ଅବସରରେ ତିନିଜଣ ସାମ୍ବାଦିକ ଶେଷଦେବ ବେହେରା, ସନତ କୁମାର ପ୍ରଧାନୀ, ଅଶ୍ରଫ ଅଲ୍ଲୀ, ସ୍ୱର୍ଗତ ନେତ୍ରାନନ୍ଦ ନାଏକଙ୍କ ତିନି ପୁତ୍ର ଦୁଳବ୍ ନାଏକ, ବିରଞ୍ଚି ନାଏକ, ଜଗୀବନ ନାଏକ ଓ କୃତି ଶିକ୍ଷକ କୁଞ୍ଜବିହାରୀ ଦାସଙ୍କୁ ସମର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟ ବାହାରୁ ୧୪ ଗୋଟି ସାପ୍ସସ୍କୃତିକ୍ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଅନନ୍ତ ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରିୟଙ୍କା ଶୁକ୍ଳା, ଶୁଭେନ୍ଦୁ ପଣ୍ଡା, ପ୍ରଦୀପ ସରାବୁ, ନବ କିଶୋର ନାଏକ ଓ ଚିତ୍ତରଞ୍ଜନ ଦଳପତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଅଶ୍ୱିନ କୁମାର ତାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.