om academy

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଚତୁର୍ଥ ଦିନରେ

jsm
  • କ୍ରିକେଟରେ ଟିଟିଲାଗଡ ବିଜେତା ଓ ବଲାଙ୍ଗିର ବ୍ଲକ ଉପବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ -୨୦୨୩କୁ ସ୍ମରଣୀୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଚତୁର୍ଥ ଦିନରେ ପହଞ୍ଚିଛି । ଆଜିର ଦିନରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ବାଳକ ୧୭ ବର୍ଷରୁ କମ୍‌ କ୍ରିକେଟ ଖେଳରେ ଟିଟିଲାଗଡ ବିଜେତା ଓ ବଲାଙ୍ଗିର ବ୍ଲକ ଉପବିଜେତା ହୋଇଛନ୍ତି । ସେହିପରି ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ କବାଡି ଖେଳରେ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ବେଲପଡା ବିଜେତା ଓ ବାଳିକା ବିଭାଗରେ ସଇଁତଳା ଉପବିଜେତା ହୋଇଥିବା ବେଳେ ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ପୁଇଁନ୍ତଲା ବିଜେତା ଓ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ବଙ୍ଗୋମୁଣ୍ଡା ଉପବଜେତା ଓ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ଟିଟିଲାଗଡ ଉପବିଜେତା ହୋଇଛନ୍ତି । ଭଲିବଲ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ବଙ୍ଗୋମୁଣ୍ଡା ବିଜେତା ଓ ଟିଟିଲାଗଡ ଉପବିଜେତା ହୋଇଛନ୍ତି । ଟେନି-କଏଟରେ ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ, ଜିଲ୍ଲା କ୍ରୀଡା ସଂସଦ, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମିଶ୍ର ପ୍ରମୁଖ ବିଜେତା ଓ ଉପବିଜେତା ବ୍ଲକକୁ ପୁରସ୍କାର ପ୍ରଦାନ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପ୍ରଧାନ ସଭା ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ । କ୍ରିକେଟ ଖେଳକୁ ରାଜେନ୍ଦ୍ର ସେଠ, ମୁକେଶ ସ୍ୱାଇଁ, ରଜତ ଦାସ, ଉମାକାନ୍ତ ପ୍ରଧାନ, ପ୍ରସାନନ୍ଦ ବାଗ, ହୃଦୟ ସବର, ପ୍ରବୀଣ ପଣ୍ଡା, ସତ୍ୟ ନାରାୟଣ ପଟେଲ, ଫାଳ୍ଗୁନୀ ବାରିିକ ପରିଚାଳନା କରିଥିଲେ । ଦେବୀ ପ୍ରସାଦ ରାଉତ ମୁଖ୍ୟ ଖେଳ ପରିଚାଳକ ଦାୟିତ୍ୱ ତୁଳାଇଥିଲେ ।

କବାଡି ଖେଳକୁ ଗୋପାଳ ଚନ୍ଦ୍ର ବସ୍ତିଆ, ସୁଦର୍ଶନ ସେଠ, ପ୍ରଣତି ପାଣିଗ୍ରାହୀ, ରଞ୍ଜିତ ବେହେରା, ଆଶିଷ ଦେବ ସାହା, ମାଧୁରୀ ପଣ୍ଡା, ସ୍ୱାଗତିକା ବଗର୍ତ୍ତୀ, ରାଜେଶ ସ୍ୱାଇଁ, କଳାକାହ୍ନୁ ସାହୁ, ବ୍ରାହ୍ମଣୀ ଦୀପ, ବିନୋଦ ମହାପାତ୍ର, ବୁଦ୍ଧିରାଜ ବିଶ୍ୱାଳ, ସନ୍ତୋଷ ମେହେର, ସୂର୍ଯ୍ୟ ପଟ୍ଟନାୟକ, ବିକାଶ ଦାସ, ପ୍ରଦ୍ୟୁମ୍ନ ରାଉତ, ଯଶୋବନ୍ତୀ ବେହେରା, ପ୍ରଫୁଲ୍ଲ ପାତ୍ର, ସୁଶାନ୍ତ ନାଗ, ପୁରନ୍ଦର ସେଠ, ଜନାର୍ଦ୍ଦନ ସାହୁ, ସସ୍ମିତାରାଣୀ ମିଶ୍ର ପରିଚାଳନା କରିଥିଲେ । ଦୁର୍ବାଦଳ ବାଗ, ପ୍ରଦୀପ ସ୍ୱାଇଁ, ବାସୁଦେବ ଦାସ ଓ କସ୍ତୁରୀ ରଥ ମୁଖ୍ୟ ଖେଳ ପରିଚାଳକ ଦାୟିତ୍ୱ ତୁଳାଇଥିଲେ । ସେହିପରି ଟେନି-କଏଟ ଖେଳକୁ ସୁରେଶ କୁମାର ପଟେଲ, ନିରୁପମା ଚାନ୍ଦ ସାହୁ, ବଦରିକା ସାହୁ ଓ ରାଜୁ ମେହେର ପରିଚାଳନା କରିଥିଲେ । ଭଲିବଲ ଖେଳକୁ ବସୁଦେବ ଦାଶ, ଦୁର୍ବାଦଳ ବାଗ, କୁଞ୍ଜ ବିହାରୀ ବେହେରା, ଦିଲିପ କୁମାର ତ୍ରିପାଠୀ, ବିକାଶ ଦାଶ ଓ ସ୍ମରଣିକା ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.