ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଉଠାଦୋକାନୀ ଦିବସ ଅବସରରେ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମଟି କୋଭିଡର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇଥିବା ସହ, ସଂଘର ଉପଦେଷ୍ଟା ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସଭାପତି ଶୁଭ୍ରାଂଶୁ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ପ୍ରବୀଣା ମହାପାତ୍ର, ସାଧାରଣ ସମ୍ପାଦକ ମନୋଜ ସ୍ୱାଇଁ, ଏନ୍‌ଏଏସ୍‌ଭିଆଇର ରାଜ୍ୟ ସଭାପତି ମହେଶ୍ୱର ବଳଙ୍କ ସମେତ ମନମୋହନ ପଣ୍ଡା, ଧୀରେନ୍ଦ୍ର ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମିଳିତ ଭାବେ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନା କରିଥିଲେ । ଏହି ସଭାରେ ” ବଞ୍ଚିବାର ଆଶା” ନାମକ ଏକ ପୁସ୍ତକ ଉନ୍ମୋଚିତ ହେବା ସହ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଦ୍ଭଙ୍କଳଭଜ୍ଞ.କ୍ଟଦ୍ଭକ୍ଷସଦ୍ଭର ଭଳି ଏକ ୱେବସାଇଟ ଲଞ୍ଚ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ଧରି ଯେପରି ଏହି ଉଠା ଦୋକାନୀମାନେ ଆଗଧାଡ଼ିରେ ରହି କୋରୋନା ଯୋଦ୍ଧା ରୂପକ କାର୍ଯ୍ୟ କରିଆସିଛନ୍ତି ସେହିଭଳି ଆଗକୁ ମଧ୍ୟ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ପରିବାର ସଦୃଶ କାର୍ଯ୍ୟ କରିବା ତଥା ସରକାର ଓ ବିଏମ୍‌ସି ସହ ମିଶି ସମାଜ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହା ସହିତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସହାୟତା ଓ ଉଦ୍‌ବୋଧନ ମୂଳକ ବାର୍ତ୍ତା ପାଇଁ, ସଂଘର ସଦସ୍ୟମାନେ ଅନେକ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.