jayashree

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଠାଇଲା ପ୍ରଶ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କରୋନା ଅବ୍ୟବସ୍ଥା ଏବଂ ଅପାରଗତା ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତଥା ନଗରର କିଛି ହିନ୍ଦୁ ଯୋଦ୍ଧାମାନଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ ରାଜ୍ୟରେ ହେବାକୁ ଥିବା ୧୪ ଦିନିଆ ଲକଡାଉନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କରୋନାରେ ସରକାରଙ୍କ ଅପାରଗତା ବିଷୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଜଣାଇ ଥିଲେ । କରୋନାର ଏହି ମହାମାରୀରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକ ସମୟରେ ଅକ୍ସିଜେନ ଦିଆ ହେଉନଥିବା, ରୋଗୀ ମାନଙ୍କ ପ୍ରତି ଉଚିତ ବ୍ୟବହାର କରୁନଥିବା ଓ ଜିଲ୍ଲାରେ ସାନିଟାଇଜ କରା ହେଉନଥିବାକୁ ନେଇ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ଅଭିଯୋଗ କରିଥିଲେ । ଆସନ୍ତା ୫ ତାରିଖରୁ ହେବାକୁ ଥିବା ଲକଡାଉନ ସମୟରେ ଟୀକାକରଣକୁ ଗୁରତ୍ୱ ଦେବାକୁ, କୋଭିଡ ଟେଷ୍ଟକୁ ବୃଦ୍ଧି କରିବା, କୋଭିଡ ୱାର୍ଡରେ ବେଡ଼ ସଂଖ୍ୟା ବୃଦ୍ଧି କରିବା ସହ ଆଇସିୟୁ ୱାର୍ଡରେ ମଧ୍ୟ ବେଡ଼ ସଂଖ୍ୟା ବୃଦ୍ଧି କରିବା, କୋଭିଡ ୱାର୍ଡରେ ଡାକ୍ତର ନର୍ସ ଓ ଆଟେଣ୍ଡାଣ୍ଟଙ୍କ ସଂଖ୍ୟା ବୃଦ୍ଧି କରିବା ସହ କୋଭିଡ ୱାର୍ଡରେ ପଡି ରହୁଥିବା ମୃତ ଶରୀରକୁ ଶୀଘ୍ର ୱାର୍ଡରୁ ବାହାର କରି ସସମ୍ମାନେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ ଦାବୀ କରିଥିଲେ । କେଶରୀୟା ହିନ୍ଦୁ ବାହିନୀ ପ୍ରଶାସନର ସହାୟତା ପାଇଁ ସବୁବେଳେ ତପ୍ତରତା ଶହ ଆଗେଇ ଆସିବ ବୋଲି ମହାମନ୍ତ୍ରୀ ଶ୍ରୀ ଭୋଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ବରିଷ୍ଠ ଉପାଧକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ବାହିନୀ ଅଧକ୍ଷ ଆଲୋକ ନାଥ ପଣ୍ଡା, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଜିଲ୍ଲା ପ୍ରଭାରୀ ଶଙ୍କର ପ୍ରସାଦ ଅଗ୍ରୱାଲ, ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ, ଦେଓଗାଁ ବ୍ଲକ ସଭାପତି ବଦ୍ରୀନାଥ ହୋତା, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ଆଗଲପୁର ବ୍ଲକ ସଭାପତି ଦୀନବନ୍ଧୁ ବିଶ୍ୱାଳ, ରବୀନ୍ଦ୍ର ନାଏକ, ବୁଲୁ ପରଡିଆ, କବିତ୍ର ସାହୁ, ମନୋଜ ନାଏକ ଏବଂ ରାଜୁ ନାଏକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.