
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ପୌରପାଳିକାରେ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ୪୨୮ ଜଣ ହିତାଧିକାରୀ ତାଙ୍କର ଗୃହ ନିର୍ମାଣ କାର୍ଯ୍ୟସଂପୂର୍ଣ୍ଣ କରିସାରିଛନ୍ତି । ଏବଂ ଆଉ ୯୩ ଜଣ ହିତାଧିକାରୀ ତାଙ୍କର ଗୃହ ନିର୍ମାଣ କରିବା ପାଇଁ ସକାରଙ୍କ ତରଫରୁ ଡିପିଆର ମଞ୍ଜୁର କରାଯାଇଛି । ସେହିପରି ମଧୁବାବୁ ପେନସନ୍ ଯୋଜନାରେ ୨୦୧ ଜଣ ହିତାଧିକାରୀଙ୍କୁ ନୂତନ ଭାବେ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ପ୍ରଦାନ କରାଯାଇଛି । ଓ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ୍ ଯୋଜନାରେ ୪ ଜଣ ଗରୀବ ହିତାଧିକାରୀଙ୍କୁ ନୂତନ ଭାବେ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ପ୍ରଦାନ କରାଯାଇଛି ଏବଂ ଜାତୀୟ ପରିବାର କଲ୍ୟାଣ ଯୋଜନା (ଏନ୍ଏଫ୍ବିଏସ୍)ରେ ୭ ଜଣ ଗରୀବ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାଛଡା ୧୨ ଜଣ ନୂତନ ହିତାଧିକାରୀଙ୍କୁ ପଡିପତ୍ର (ରାସନ କାର୍ଡ) ପ୍ରଦାନ କରାଯାଇ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ବାରିପଦା ସହର ମଧ୍ୟରେ ବନ୍ୟାଜଳ ନିଷ୍କାସନ (Storm Water Drainage) ନିମନ୍ତେ ସରକାରଙ୍କଠାରୁ ଟ.୧୦,୦୦,୦୦,୦୦୦.୦୦ଙ୍କା (ଦଶ କୋଟି ଟଙ୍କା) ହସ୍ତଗତ ହୋଇ ଟ.୨୩,୪୨,୨୬,୭୪୧.୦୦ଙ୍କା (ତେଇଶ କୋଟି ବୟାଳିଶ ଲକ୍ଷ ଛବିଶ ହଜାର ସାତ ଶହ ଏକଚାଳିଶ ଟଙ୍କା) ଅଟ୍ଟକଳରେ ଦଶ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଛି । ବାରିପଦା ସହର ମଧ୍ୟରେ ଥିବା ବାରୁଣୀ ଶ୍ମସାନ, ଦାରୋଗାଡାହି ଶ୍ମସାନ ଓ ବେଲଗଡିଆ ଶ୍ମସାନର ପୁନରୁଦ୍ଧାର ନିମନ୍ତେ ସରକାରଙ୍କ ଠାରୁ ଟ.୨,୦୩,୩୨,୦୦୦.୦୦ଙ୍କା (ଦୁଇ କୋଟି ତିନି ଲକ୍ଷ ବତିଶ ହଜାର ଟଙ୍କା) ହସ୍ତଗତ ହୋଇ ତିନି ଗୋଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ମାର୍କେଟ୍ କମ୍ପ୍ଲେକ୍ସ ବାବଦରେ ସରକାରଙ୍କ ଠାରୁ ଟ.୧୦,୦୦,୦୦,୦୦୦.୦୦ଙ୍କା (ଦଶ କୋଟି ଟଙ୍କା) ହସ୍ତଗତ ହୋଇ ଟ.୨୩,୨୪,୦୧,୦୦୦.୦୦ଙ୍କା (ତେଇଶ କୋଟି ଚବିଶ ଲକ୍ଷ ଏକ ହଜାର ସାତ ଶହ ଏକଚାଳିଶ ଟଙ୍କା) ଅଟ୍ଟକଳରେ ଷ୍ଟେସନ ବଜାର ହାଟର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ସେହିପରି ଜୁବୁଲି ପାର୍କର ନବୀକରଣ ପାଇଁ ସରକାରଙ୍କ ଠାରୁ ଟ.୭,୩୭,୦୦,୦୦୦.୦୦ଙ୍କା (ସାତ କୋଟି ସଇଁତିରିଶ ଲକ୍ଷ ଟଙ୍କା) ହସ୍ତଗତ ହୋଇ ଟ.୨୬,୫୯,୯୮,୯୦୦.୦୦ଙ୍କା (ଛବିଶ କୋଟି ଅଣଷଠି ଲକ୍ଷ ଅଠାନବେ ହଜାର ନଅ ଶହ ଟଙ୍କା) ଅଟ୍ଟକଳରେ ଉକ୍ତ କାର୍ଯ୍ୟ ହାତକୁ ନିଆଯାଇଛି । ମାନ୍ୟବର ମନ୍ତ୍ରୀ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗଙ୍କ ଜନ ଶୁଣାଣୀ ସମୟରେ ହସ୍ତଗତ ହୋଇଥିବା ଦରଖାସ୍ତ ମତେ ୨୦୧ ଗୋଟି ପ୍ରକଳ୍ପ ମଧ୍ୟରୁ ୭୨ ଗୋଟି ପ୍ରକଳ୍ପ ବାବଦରେ ସରକାରଙ୍କ ଉନ୍ନତି ଯୋଜନାରେ ଟ.୧୬,୭୦,୭୦,୦୦୦.୦୦ଙ୍କା (ଷୋହଳ କୋଟି ସତୁରୀ ଲକ୍ଷ ସତୁରୀ ହଜାର ଟଙ୍କା) ହସ୍ତଗତ ହୋଇ ୭୨ ଗୋଟି ପ୍ରକଳ୍ପର କାର୍ଯ୍ୟହାତକୁ ନିଆଯାଇଛି । ଏହାଛଡା ବାରିପଦା ସହରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଉନ୍ନତି ପାଇଁ ସରକାରଙ୍କ ଗ୍ରାମୀଣ ସହରୀ ରୂପାନ୍ତରୀତ ନୀତି (Rural Urban Transition Policy) ରେ ଟ.୭,୫୦,୦୦,୦୦୦.୦୦ଙ୍କା (ସାତ କୋଟି ପଚାଶ ଲକ୍ଷ ଟଙ୍କା) ହସ୍ତଗତ ହୋଇଅଛି ।