କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ତଲଙ୍ଗା, କୁଜିଆମ, ଧୁଡିପାଣି ଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ୨୩ ଟିକିଆ ହାତୀପଲ । ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଇଛନ୍ତି ହାତୀପଲ । ବର୍ତ୍ତମାନ ଶୁକୃଲି ବ୍ଲକ ଅନ୍ତର୍ଗତ ମନହୋରପୁର ଜଙ୍ଗଲରେ ୧୪ଟି ହାତୀ ଥିବା ବେଳେ କୁଜିଆମ ଜଙ୍ଗଲରେ ୯ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ହାତୀପଲ ପାଇଁ କରଞ୍ଜିଆ, ଶୁକୃଲି ଏବଂ ରରୁଆ ବ୍ଲକରେ ୫୦ରୁ ଅଧିକ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ୨୩ ଟିକିଆ ହାତୀ ପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏହି ହାତୀପଲ ମାସେ ମଧ୍ୟରେ ୩୦ରୁ ଅଧିକ ଘର ଭାଙ୍ଗି ଥିବାର କରଞ୍ଜିଆ ଏସିଏଫ୍ ଫାଲ୍ଗୁନି ବେହେରା ସୂଚନା ଦେଇଛନ୍ତି ।
Next Post