oom

ଆଶୁକବି ହେମନ୍ତ ଦାଶ ପାଇଲେ ସମ୍ମାନଜନକ ଡକ୍ଟରେଟ ଉପାଧି

jsmm

ତୁଷୁରା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ୟୁନିଭର୍‌ସିଟି ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ଆନୁକୂଲ୍ୟରେ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଆୱାର୍ଡ ଗିଭିଂ ସେରିମନିରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ, ସଂଗଠକ ତଥା ଆଦର୍ଶ ଶିକ୍ଷକ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଶ୍ରୀ ଦାଶଙ୍କୁ ଗୋଟିଏ ମେରିଟ୍ ସାର୍ଟିଫିକେଟ, ଗୋଲ୍‌ଡ ମେଡାଲ, ଟ୍ରଫି, ଗାଉନ୍ ଓ ବୁକେ ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀ ଦାଶ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ବିଶିଷ୍ଟ ସାହିତ୍ୟିକ, ସୁବକ୍ତା, ଲେଖକ, କବି, ଗାଳ୍ପିକ ତଥା ଜଣେ ସୁସଂଗଠକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ । ତାଙ୍କର ଲେଖାଗୁଡିକ ଓଡ଼ିଶାର ବିଭିନ୍ନ ଖବରକାଗଜ, ପତ୍ର ପତ୍ରିକାରେ ଓ ବିଭିନ୍ନ ପୁସ୍ତକଗୁଡ଼ିକରେ ପ୍ରକାଶିତ ହୋଇସାରିଛି । ସେ ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିରର ପ୍ରତିଷ୍ଠାତା ସଂପାଦକ ହେବା ସହ ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ବିଧୁଭୁଷଣ ସାହିତ୍ୟ ସଂସଦ ତୁଷୁରାର ସଂପାଦକ, ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲାର ସଂଯୋଜକ, ଜ୍ଞାନ ପ୍ରକାଶ ର ଜିଲା ମୁଖ୍ୟ, ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେ଼ମୀ କଟକର ସଂଗଠନ ସଂପାଦକ ହୋଇ ନିରବଚ୍ଛିନ୍ନ ଭାବେ ଭାଷା ସାହିତ୍ୟର ସେବା କରି ଆସୁଛନ୍ତି । ତାଙ୍କର ଫେସବୁକ ଏକପଦି ସଂକଳନ ‘ଭାବର୍ ମହକ’ ପାଠକଙ୍କ ମନକୁ ଖୁବ୍ ଛୁଇଁ ପାରିଛି । ଶ୍ରୀ ଦାଶଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିବା ଖବର ପ୍ରସାରିତ ହେବା ପରେ ବନ୍ଧୁ, ବାନ୍ଧବ, ସାହିତ୍ୟିକ, କବି, କଳାକାର, ଶୁଭେଚ୍ଛୁମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ, ବର୍‌ନିର ସଂପାଦକ ରାଜମଣି ସାହୁ, ବିଶିଷ୍ଟ କବି ଡ.ନିରଞ୍ଜନ ପଣ୍ଡା, ଡ.ତନ୍ମୟୀ ଅଗସ୍ତୀ, ବିଶିଷ୍ଟ ଶିକ୍ଷାବିତ ଡ.ସୁଧାଂଶୁ ମେହେର, ତେଜସ୍ୱିନୀର ସଂପାଦିକା ଲିଲି ପଟେଲ, ନିଷାନ ର ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ବିରଷ୍ଠ କବି ବରୁଣ ସାହୁ, ନିଷାନର କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ ତଥା ସମ୍ବାଦ ସାହିତ୍ୟ ଘର ଗୁଡଭେଲା, ସଇଁତଲା ଓ ଦେଓଗାଁର ସମସ୍ତ ସଦସ୍ୟ ସଦସ୍ୟା ତଥା ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀ ଦାଶଙ୍କ କଠିନ ପରିଶ୍ରମ ଓ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.