lika

ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଉନ୍ମୋଚିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ରୁ ପ୍ରକାଶିତ “ସୃଜନ ସଳିତା ନବନୀତା” ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା ବିଶିଷ୍ଟ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଚଳିତ ସଂଖ୍ୟାରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ଦିବଙ୍ଗତ କୁମାର ହସନଙ୍କ ସ୍ମୃତି ଆଲେଖ୍ୟ ସହ ଚିତ୍ତରଞ୍ଜନ ଦାସଙ୍କ ବିଶ୍ଵକୁ ଗବାକ୍ଷ, ତେଲୁଗୁ ସାହିତ୍ୟର ଚର୍ଚ୍ଚିତ ଲେଖିକା ପି. ଲଳିତା କୁମାରୀ ‘ଭଲଗା’ ଓ ପ୍ରୋଫେସର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ସାକ୍ଷାତକାର ସହ ୧୧ ଗୋଟି ଆଲୋଚନା ଓ ଫିଚର୍ ସ୍ଥାନ ପାଇଛି । ବଲାଙ୍ଗିରର ଜୀବନ ରେଖା ବୋଲାଉଥିବା ଲୋୟର ସୁକ୍ତେଲ ଡେମ ପ୍ରକଳ୍ପ ଯୋଗୁଁ ବିସ୍ଥାପନ ଜନିତ ମାର୍ମିକ ଚିତ୍ର ବଖାଣୁ ଥିବା ଦୁଇ ଗୋଟି ବିଶେଷ ଆଲେଖ୍ୟ ସ୍ଥାନ ପାଇଛି । ଏହା ସହ ୬ ଟି ଗଳ୍ପ, ୧୩ ଟି ମୌଳିକ ଓ ଗୋଟିଏ ଅନୁବାଦ କବିତା ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ନାଟ୍ୟକାର ତଥା ଲେଖକ ସନାତନ ଠାକୁର, ବିଶିଷ୍ଟ କବି ପ୍ରହଲ୍ଲାଦ ଶତପଥୀ, ସାମ୍ବାଦିକ ତଥା ଅଧ୍ୟାପକ ସନ୍ଦୀପ କୁଅଁର, ନବନୀତାର ପ୍ରକାଶକ ତଥା ସମ୍ପାଦକ ରାଜେଶ ଝାଙ୍କର, ପରିଚାଳନା ସମ୍ପାଦକ ଯୁଧିଷ୍ଟିର ମେହେର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ କୌତୁକ ପନ୍ଦର, ଅଧ୍ୟାପକ ଜଗନ୍ନାଥ ସାହୁ ଯୋଗଦେଇ ଓଡ଼ିଆ ପତ୍ରିକା ସାହିତ୍ୟର ମୂଲ୍ୟାୟନ କରିବା ସହ ନବନୀତାର ଚଳିତ ସଂଖ୍ୟା ଆଶାତୀତ ପାଠକୀୟ ଆଦୃତି ଲାଭ କରିବ ବୋଲି ମତପ୍ରକାଶ କରିଥିଲେ ।

babaa
Leave A Reply

Your email address will not be published.