ସମଲପୁରୀ କେଲେଣ୍ଡର ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ନିକଟସ୍ଥ ନିଳକଣ୍ଠେଶ୍ୱରପୁର ଶୈବପୀଠ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ଆୟୋଜିତ କବି, କବିୟତ୍ରୀ, କଳାକାର ଓ ସଂଗଠକ ମାନଙ୍କ ସମାବେଶରେ ସମ୍ବଲପୁର, ବରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପ୍ରମୁଖ ଜିଲ୍ଲାରୁ ଶତାଧିକ ସାରସ୍ୱତ ସାଧକ ସାମିଲ ହୋଇ ଆମ ପଶ୍ଚିମ ଓଡିଶାର ଭାଷା, ସାହିତ୍ୟ, କଳା ଓ ପରମ୍ପରାର ମହାନତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କରିଥିଲେ । ଆମ ଭାଷାର ନାମକରଣର ଭିନ୍ନତାକୁ ସମସ୍ତେ ସାଦରେ ଗ୍ରହଣ କରି ପରସ୍‌ସ୍ପର ପ୍ରତି ଗ୍ରହଣଶୀଳତାକୁ ଅଗ୍ରାଧିକାର ଦେବା ପାଇଁ ସମାବେଶରେ ମତ ପ୍ରକାଶ ପାଇଥିଲା । ଯଦ୍ୱାରା ଆମ ମାତୃଭାଷାର ସାମ୍ବାଧାନିକ ସ୍ୱୀକୃତି ପ୍ରାପ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସରକାରଙ୍କ ମତରେ ଅବଶ୍ୟମ୍ଭାବୀ ହୋଇ ପଡିବ । ବୁଡେନ ଥାନା ଅଧିକାରୀ ବୀରବର ଭଗତଙ୍କ ଦ୍ୱାରା ଉଦଘାଟିତ ସମାବେଶର ପ୍ରଥମ ଅଧିବେଶନରେ ମନୋହର ସାଂସ୍କୃତିକ ସଂସଦ ଭେଡେନ ସଭାପତି ତଥା ବରଗଡ ଜିଲ୍ଲା ସମ୍ବଲପୁରୀ ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ଭୋଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥିଭାବେ ଜମରତଲା ପଂଚାୟତ ପୂର୍ବତନ ସରପଞ୍ଚ ମହେଶ୍ୱର ପୁରୀ, କବି କୃଷ୍ଣଚନ୍ଦ୍ର ଭୋଇ ଯୋଗ ଦେଇ ଥିବାବେଳେ ଦ୍ୱିତୀୟ ଅଧିବେଶନରେ କବି ସମ୍ମିଳନୀ ଅବସରରେ ଅଧ୍ୟାପକ ଧୃବଚରଣ ପ୍ରଧାନ ଓ ନାରାୟଣ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ବେଳେ ଅତିଥି ଭାବେ ପ୍ରଫେସର କେଶରଂଜନ ପ୍ରଧାନ, ଓୈାପନ୍ୟାସିକ ଧନପତି ମହାପାତ୍ର, ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର, ସଂଗଠକ ଦିଲ୍ଲିପ କୁମାର ଦେବତା, ଅଶୋକ ପୂଜାହାରୀ, କବି ହରିଲାଲ ସାହୁ, କବି ବିନୟ ଡନସନା, କବି ଦିଲ୍ଲିପ ମିଶ୍ର ଯୋଗଦାନ କରିଥିଲେ । କବି ରାମ ପ୍ରସାଦ ବାଗ, ତରଣୀ ପ୍ରଧାନ, ଗୋପାଳ ଭେସ୍ରା, ଅହଲ୍ୟା ପ୍ରଧାନ, ସରୋଜ ଆଚାର୍ୟ୍ୟ ,ସୁଦ୍ରୁମା ପଣ୍ଡା, ପୋତାଶ୍ରିୟା ବଢେଇ, ଜୟଶ୍ରୀ ମେହେର, ଚନ୍ଦନ ସାହୁ, ଆକାଶ ସାହୁ, ଆଶିଷ ସାହୁ, ଭରତ ନାଏକ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ । ଉଭୟ ଅଧିବେଶନ ରେ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢୀ ଏବଂ ଅଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉକ୍ତ ସମାବେଶ ରେ ମନୋହର ସାଂସ୍କୃତିକ ସଂସଦ ଦ୍ୱାରା ପ୍ରକାଶିତ ସମଲପୁରୀ କେଲେଣ୍ଡର, ସୈାକିଲାଲ ସାହୁଙ୍କ ଦ୍ୱାରା ଲିଖିତ ନୀଳକଣ୍ଠେଶ୍ୱର ପୀଠ ମାହାତ୍ମ୍ୟ, କୃଷ୍ଣ ଚନ୍ଦ୍ର ଭୋଇଙ୍କ ଲିଖିତ ଧାଙ୍ଗରୀ ସେଲା ଆଦି ଅନେକ ପୁସ୍ତକ ପଦ୍ମଶ୍ରୀ ହଳଧର ନାଗ ସ୍ୱହସ୍ତରେ ଉନ୍ମୋଚିତ କରିଥିଲେ । କବି କୁଟୁମର ଭାବର ଭେଟ ନାମରେ ଆୟୋଜିତ ସମାବେଶକୁ ସଂଗଠକ ସର୍ଵ ଶ୍ରୀ ବିନୋଦ ବୈକାର, ନମୀତା ଦୀପ ଯାଦବ, ସୁରେନ୍ଦ୍ର ମେହେର, ରୋଜ ପ୍ରଧାନ, ସୁସିଲ ବୁଧିଆ, ପୈାଳସ୍ତି ସାହା ଏବଂ ଅନ୍ୟ ସହଯୋଗୀ ମାନେ ସଫଳତାର ସହ ଆୟୋଜିତ କରିପାରିଥିବାର ଜଣାଯାଏ । ପରିଶେଷରେ କବି ଯୁବରାଜ କୁଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.