ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉନ୍ମୋଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଭବ୍ୟ ସମାରୋହଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଓ ରାଧାକାନ୍ତ ଛତ୍ରୀ, ପାଇକମାଲ ବ୍ଲକ୍ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ଭେଡ଼େନ ବ୍ଲକ୍ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ବିବେକାନନ୍ଦ ଅଦାବର, ବରଗଡ଼ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ, ପରିଚାଳନା କମିଟିର ସଭାପତି ଅଶୋକ ମଲ୍ଲିକ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ତତ୍ୱାବଧାନରେ ପ୍ରତିଷ୍ଠିତ ମହିୟସୀ ମହିଳାଙ୍କ ଫଟୋ ଗ୍ୟାଲେରୀ, ଜିଜିଏଚ୍‌ଏସ୍‌, ବାଳିକା ବ୍ୟାଣ୍ଡ, ପଠନ କକ୍ଷ, ପତାକା ପୀଠ ଆଦିକୁ ନିର୍ଝରିଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ କରକମଲରେ ଓ ସ୍ୱତନ୍ତ୍ର ଅତିଥି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବରେଣ୍ୟ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଥର ପାଇଁ ବିଦ୍ୟାଳୟର ତ୍ରୈମାସିକ ପତ୍ରିକା ‘ଆରୋହୀ – The Rising towards Excellence’ ଉନ୍ମୋଚିତ ହୋଇଯାଇଛି । ଉକ୍ତ ସମାରୋହରେ ଚଳିତ ବର୍ଷ ଦଶମ ପରୀକ୍ଷାରେ A2 ହାସଲ କରିଥିବା ସୁଶ୍ରୀ ମାନସୀ ସାହୁ, NMMS 2022ରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ପ୍ରସ୍ମିତା ଭୋଇ ଓ ସୁଶ୍ରୀ ଦୁଲଣା କୁମ୍ଭାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନବମ ଶ୍ରେଣୀ SA – IIରେ A2 ପାଇଥିବା ସମସ୍ତ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ କାରୁଶିଳ୍ପୀ ବଳିଷ୍ଠ ସାହୁଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ସାହୁ, ଶ୍ରୀମତୀ ନନ୍ଦିନୀ ପ୍ରଧାନ ଏବଂ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ସଂଯୋଜନା ତଥା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆନ୍ତରିକ ସହଯୋଗ ପାଇଁ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.