ଛତ୍ରପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁସ୍ତକ “ଅର୍ଜୁନ ଏବଂ ଚାରି କନ୍ୟା” ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଭବ୍ୟ ସମାରୋହରେ କବୟିତ୍ରୀ ତଥା ଲେଖିକା ଶ୍ରୀମତୀ ପ୍ରମିଳା ମହଲାଙ୍କ ପୁସ୍ତକ “ଅର୍ଜୁନ ଏବଂ ଚାରି କନ୍ୟା” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ଆନୁଷ୍ଠାନିକ ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ମୁଖ୍ୟ ଆଦିକନ୍ଦ ପାଣିଗ୍ରାହୀ, ଅସୀତ କୁମାର ପଟ୍ଟନାୟକ, ମନ୍ଦିର ବଡ଼ପଣ୍ଡା ରାଜେନ୍ଦ୍ର ଶତପଥୀ, ସାହିତ୍ୟିକ କବି ନିରଞ୍ଜନ ତ୍ରିପାଠୀ, ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାଧାରଣ ସମ୍ପାଦକ ସୋମନାଥ ସାହୁ, ଅଧ୍ୟାପକ ରବିନ୍ଦ୍ର ରଥ, ବଜରଙ୍ଗ ଛାପାଖାନାର ମାଲିକ ତଥା କବି ବଳରାମ ପଲେଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ପୁସ୍ତକଟି ପାଠକଙ୍କୁ ବେଶ୍ ମନଛୁଆଁ ହୋଇପାରିଥିଲା ବୋଲି ମତପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ପୁସ୍ତକର ମୂଳ ରଚନା ଶ୍ରୀମତୀ ତିଳୋତ୍ତମା ମଜୁମଦାରଙ୍କର (ବଙ୍ଗଳା ଭାଷାରୁ ଉଦ୍ଧୃତ) ଶ୍ରୀମତୀ ପ୍ରମିଳା ମହଲା ଏହାକୁ ଓଡ଼ିଆ ଭାଷାରେ ଅନୁବାଦ କରି ଏହି ଉପନ୍ୟାସଟି ପ୍ରଣୀତ କରିଛନ୍ତି । ତେଣୁ ଅତିଥିଗଣ ଶ୍ରୀମତୀ ମହଲାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଉପନ୍ୟାସ ପୁସ୍ତକଟି ପାଠକଙ୍କ ମନମୁଗ୍ଧକର ଓ ଜିଜ୍ଞାସା ସୃଷ୍ଟି କରି ଆଗକୁ ଆଗ ପଢ଼ିବାକୁ ମନ ବଳାଇଥାଏ ବୋଲି ପତ୍ରିକାର ଶୁଭାକାଂକ୍ଷୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.