ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ଆଇନା”ର ସ୍ୱତନ୍ତ୍ର ସଂଖ୍ୟା “ଆମ ସମ୍ବିଧାନ ଆମ ସ୍ୱାଭିମାନ” ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଏହି “ଆଇନା” ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିବା ସହ ଛାତ୍ରୀମାନଙ୍କର ସୃଜନଶୀଳ ପ୍ରୟାସକୁ ସ୍ୱାଗତ କରିଥିଲେ ଓ ନିଜ ବକ୍ତବ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ଦୈନନ୍ଦିନ ଜୀବନରେ ଅବଲମ୍ବନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ପ୍ରାଚୀର ପତ୍ରିକାରେ ଭାରତୀୟ ସମ୍ବିଧାନର ଇତିହାସ, ମୂଳଭୂତ ଅଧିକାର ଓ କର୍ତ୍ତବ୍ୟ, ଡା. ବି.ଆର. ଆମ୍ବେଦକରଙ୍କ ଅବଦାନ ସହ ସମ୍ବିଧାନ ଦିବସ ପାଳନ ସମ୍ପର୍କିତ ଚିତ୍ର ସମ୍ମିଳିତ ହୋଇଛି । ଏହି ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ଓ ସ୍ଥାନୀୟ ବିଇଡି କଲେଜର ଗୁରୁ ଛାତ୍ର ଉପସ୍ଥିତ ଥିଲେ ।
Next Post