centurian jitm

ଆସନ୍ତାକାଲି ୱେଭ୍ସଠାରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇରେ ଚାଲିଥିବା ୱେଭ୍ସ ଅବସରରେ ଆସନ୍ତାକାଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରାଯିବ । ଗଣମାଧ୍ୟମ ଏବଂ ମନୋରଞ୍ଜନ ସେବା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ଦେଶର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଯୋଗଦାନ କରିବାର ବିପୁଳ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସମୟୋଚିତ, ବିଶ୍ୱସନୀୟ, ପ୍ରାମାଣିକ ଏବଂ ବ୍ୟାପକ ତଥ୍ୟର ଆବଶ୍ୟକତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ ଉପରୋକ୍ତ ପୁସ୍ତିକା ଉନ୍ମୋଚନ ହେବ । ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ ହେଉଛି ଏକ ଉଦୀୟମାନ କ୍ଷେତ୍ର ଯାହା ସଦ୍ୟତମ ଆକଳନ ଅନୁଯାୟୀ ୭ ପ୍ରତିଶତ ସି.ଏ.ଜି.ଆର୍‌. ହାରରେ ବୃଦ୍ଧି ପାଇ ୨୦୨୭ ମସିହାରେ ୩୦୬୭ ବିଲିୟନ ଭାରତୀୟ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ରରେ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଏହାର କାର୍ଯ୍ୟକାରିତା ଉପଯୁକ୍ତ ତଥ୍ୟ ଦ୍ୱାରା ସମର୍ଥିତ ହେବା ଆବଶ୍ୟକ । ମନ୍ତ୍ରଣାଳୟ ଏବଂ ଏହି କ୍ଷେତ୍ରର ଅନ୍ୟ ଅଂଶୀଦାରମାନଙ୍କ ତଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ । ଏଥିରେ କ୍ଷେତ୍ରର ବିଭିନ୍ନ ବିଭାଗ ଉପରେ ଅପଡେଟ୍ ହୋଇଥିବା ତଥ୍ୟ ଏବଂ ସୂଚନା ପୁସ୍ତିକାରେ ରହିଛି । ପରିସଂଖ୍ୟାନ ପୁସ୍ତିକାରେ ସ୍ଥାନିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ରହିଛି ପଞ୍ଜୀକୃତ ଛାପା ଗଣମାଧ୍ୟମ ସଂଖ୍ୟା ୧୯୫୭ରେ ମାତ୍ର ୫,୯୩୨ରୁ ୨୦୨୪-୨୫ରେ ୧୫୪,୫୨୩ରେ ପହଞ୍ଚିବା । ସେହିପରି ଶିଶୁ ସାହିତ୍ୟ, ଇତିହାସ ଏବଂ ସ୍ୱାଧୀନତା ସଂଗ୍ରାମ, ବ୍ୟକ୍ତିତ୍ୱ ଏବଂ ଜୀବନୀ, ଆଧୁନିକ ଭାରତର ନିର୍ମାତା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ମୋଟ ୧୩୦ଟି ପୁସ୍ତକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ୨୦୨୪-୨୫ରେ ପ୍ରକାଶିତ ହୋଇଛି । ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦୦% ଭୌଗଳିକ କ୍ଷେତ୍ରରେ ଡିଟୁଏଚ୍ ସେବା ପହଞ୍ଚି ପାରିଛି । ଦୂରଦର୍ଶନ ଫ୍ରି ଡିଶ୍ ଚାନେଲ ସଂଖ୍ୟା ୨୦୦୪ରେ ୩୩ରୁ ୨୦୨୫ରେ ୩୮୧କୁ ବୃଦ୍ଧି ପାଇଛି । ଆକାଶବାଣୀ ୯୮% ଲୋକଙ୍କ ପାଖରେ ପହଞ୍ଚିଛି । ଘରେ ସାଟେଲାଇନ ଚାନେଲ ୨୦୦୪-୦୫ରେ ୧୩୦ ଥିବା ବେଳେ ୨୦୨୪-୨୫ରେ ଏହା ୯୦୮କୁ ବୃଦ୍ଧି ପାଇଛି । ସେହିପରି ଘରୋଇ ଏଫ୍‌ଏମ୍ ଷ୍ଟେସନ ସଂଖ୍ୟା ୨୦୦୧ରେ ମାତ୍ର ୪ ଥିବା ବେଳେ ୨୦୨୪ରେ ୩୮୮କୁ ବୃଦ୍ଧି ପାଇଛି । ୧୯୮୩ ରେ ୭୪୧ଟି ଭାରତୀୟ ଫିଚର ଚଳଚ୍ଚିତ୍ର ପ୍ରମାଣିତ ହୋଇଥିଲା, ଯାହା ୨୦୨୪-୨୫ରେ ୩୪୫୫କୁ ବୃଦ୍ଧି ପାଇଥିଲା । ୨୦୨୪-୨୫ ସୁଦ୍ଧା ଏହା ସମଷ୍ଟିଗତ ଭାବେ ୬୯,୧୧୩ ସେ ପହଞ୍ଚିଥିଲା । ଏହାବ୍ୟତୀତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଡିଜିଟାଲ ମିଡିଆ, ଓଟିଟି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି, କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ଆଦି ସମ୍ପର୍କରେ ତଥ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଛି ।

Leave A Reply

Your email address will not be published.