ତେଲଗୁ ନବବର୍ଷ ଉଗାଦି ମହୋତ୍ସବ – ୨୦୨୨ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି । ଏ.ସତ୍ୟ ନାରାୟଣ ରେଡ୍ଡିଙ୍କ ସଂଯୋଜନାରେ ଆରାଧ୍ୟ ଦେବୀ ବୁଢିମା ଠାକୁରାଣୀଙ୍କ ପାରମ୍ପରିକ ଚୈତ୍ରପୂଜା ଓ ଆରଧନା ହୋଇଥିବା ବେଳେ ମହିଳା ଓ ଶିଶୁଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉଗାଦି ପର୍ବର ସମାବର୍ତ୍ତନ ସମାରୋହରେ ବୁଢିମା ଯୁବକ ସଂଘର ସଭାପତି ଦେବାଙ୍ଗ ଦିଲୀପ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ମନ୍ଦିର କମିଟି ମୁଖ୍ୟ ସହଦେବ ପାତ୍ର ଓ ସଂପ୍ରଦାୟ ମୁଖ୍ୟ ନାରାୟଣ ପାତ୍ର ଓ ସମାଜସେବୀ ଜନ୍ମେଜୟ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ତେଲୁଗୁ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରାର ସ୍ବତନ୍ତ୍ରତା ଉପରେ ଆଲୋକପାତ କରିଥିବା ବେଳେ ଏହି ଚୈତ୍ର ଶୁକ୍ଲ ପ୍ରତିପଦା ତିଥିକୁ ଉଗାଦି ପର୍ବ ଭାବେ ପାଳନକରି ଆସୁଥିବା ପରମ୍ପରା ଉତ୍ତରପୀଢିକୁ ସଂସ୍କୃତି ସଚେତନ କରୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.