ଦେଓଗାଁ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଳ ଷ୍ଟେସନ ନିକଟସ୍ଥ ଘୁଚିପାଲି ଠାରେ ଜଣେ ମହିଳା ଚଳନ୍ତା ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମହିଳା ଜଣକ ଟ୍ରେନ୍ରେ ଯାଉଥିବା ବେଳେ ତାଙ୍କର କୌଣସି ସମ୍ପକୀୟଙ୍କ ସହ କଥା କଟାକଟି ହୋଇଥିଲା । ଫଳରେ ମହିଳା ଜଣକ ଫୋନ କାଟି ଟ୍ରେନ୍ରୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।
Next Post