ଲୋଇସିଂହା, (ବିମଳେନ୍ଦୁ ସାହୁ) : ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ଝରଣୀପାଲି ଠାରେ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି । ଉଦଯାପନି ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନୀତା ସାହୁ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଧାନ ସଭାପତିତ୍ୱ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ସତ୍ୟନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ତଥା କର୍ମଚାରୀ ମହେଶ୍ୱର ସାହୁ, ସୁଧୀର ପଧାନ, ମନବୋଧ ସାହୁ, ଅରକ୍ଷିତ ସାହୁ, ସୁବନ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।
Prev Post