ବାର୍ଷିକ ଉତ୍ସବ ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଏସ.ଏସ.ଡ଼ି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍ସବମୁଖର ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଉନ୍ନତମାନର ଶିକ୍ଷା ସହ ଖେଳକୁଦ ଯୋଗ ବ୍ୟାୟାମ, ନାଚଗୀତର ମାଧ୍ୟମ ହିଁ ଏକ ସୁସ୍ଥ, ସବଳ, ଶିକ୍ଷା, ଦୀକ୍ଷା, ସଂସ୍କାରିତ ମଣିଷ ଗଠନ କରିବାର ମୂଳଦୁଆ ହୋଇଥାଏ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏଥିଯୋଗୁ ସରକାର, ଶିକ୍ଷା ସହ ଏହି ସବୁଦିଗରେ ପ୍ରଧାନ୍ୟତା ଦେଇ ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଧି ବ୍ୟବସ୍ଥା କରି ଆସୁଛନ୍ତି । ଏହିପରି ଭାବେ ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ବାର୍ଷିକ ଉତ୍ସବମାନ ପାଳିତ ହୋଇ ଆସୁଥିବା ବେଳେ ଜୟପାଟଣା ବ୍ଲକ ଖଲିଆଭଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନନ୍ଦ ଉଦ୍ଦୀପନାର ସହ ୨୦୨୬ ବାର୍ଷିକ ଉତ୍ସବର ଭରପୁର ମଜା ଉଠେଇ ଥିବା ଦେଖାଯାଇଛି । ବିଭିନ୍ନ ପ୍ରକାର ଖେଳକୁଦ ଓ ଅନ୍ୟାନ୍ୟ ପ୍ରକାର ଖେଳକୁଦ ମାନଙ୍କରେ ଅଂଶ ଗ୍ରହଣ କରି ନିଜ ନିଜର କଳା କୌଶଳ, ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ଖେଳ ପ୍ରଶିକ୍ଷକ ସୁଷମ କୁମାର ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳକୁଦ ପ୍ରତିଯୋଗିତା ହୋଇଥିବାବେଳେ ଅନ୍ୟାନ୍ୟ ପ୍ରତିଯୋଗିତାମାନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ବିଭାଗବଣ୍ଟନ ଅନୁଯାୟୀ ଛାତ୍ରଛାତ୍ରୀ ଅନ୍ୟ ସହଯୋଗୀ କର୍ମଚାରୀବୃନ୍ଦ ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ । ବାର୍ଷିକ ଉତ୍ସବର ଉଦଯାପନୀ ସଭା ଜିଲ୍ଲା ମଙ୍ଗଳଅଧିକାରୀ ମୋହିତ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଅତିରିକ୍ତ ତହସିଲଦାର ଅର୍ମନଦେବ ପୁହାଣ, ମୁଖ୍ୟ ବକ୍ତାଭାବେ ଥୁଆମୂଳ ରାମପୁର ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନୀୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭବାନୀ ଶଙ୍କର ଜେନା, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ସିନ୍ଧିକାଗୁଡ଼ା ସରପଞ୍ଚ ଚକ୍ରଧର ଧଙ୍ଗଡ଼ା ମାଝୀ, ସମାଜସେବୀ ଜଗନ୍ନାଥ ମାଝୀ, ଭବାନୀପାଟଣା ଆର୍ଟ ଓ କ୍ରାପ୍ଟ ବିଦ୍ୟାଳୟର ଅଧ୍ୟକ୍ଷ ମୁକୁନ୍ଦ ରେଡ୍ଡୀ, ଏସ୍‌ଏସ୍‌ଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ଏସ୍‌ଏମ୍‌ସି, ସଭାପତି ଧର୍ମେନ୍ଦ୍ର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ ଜୁନାଗଡ ବାଳିକା ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଜଗଦିଶ ଶବର, ଜିଲ୍ଲା କଳାକାର ସଙ୍ଘର ବରିଷ୍ଠ ସଦସ୍ୟ ତଥା ଘୁମୁରା ଗୁରୁ ତୀର୍ଥରାଜ ଦଳପତି, ଖଲିଆଭଟା ସରପଞ୍ଚ ଶ୍ରୀମତୀ ପୁଝାରୀ, ଖଲିଆଭଟା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ଓ ଦୀକ୍ଷାର ମହତ୍ୱ ଉପରେ ସାରଗର୍ଭକ ବକ୍‌କ୍ତୃତା ପ୍ରଦାନ କରିଥିଲେ । ପ୍ରତିଯୋଗିତା ମାନଙ୍କର ବିଜେତାମାନେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ ହୋଇଥିଲେ । ବାର୍ଷିକ ଉତ୍ସବର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଚୈତନ୍ୟ ମାଝୀ, ସୁଷମ କୁମାର ଦଳାଇ, କୁନା ଅରେବେଡ଼ିଆ, ପ୍ରଦୀପ କୁଅଁର, ପ୍ରଦୀପ କୁମାର ମାଝୀ, ଶିକ୍ଷୟିତ୍ରୀ ସଦାପୁଷ୍ପା ମଞ୍ଜରୀ ଦଳପତି, ରୋଶନି ମୁଣ୍ଡ, ଅଞ୍ଜଳି ପଣ୍ଡା, ରୂପଶ୍ରୀ ଆଚାର୍ଯ୍ୟ, ନୀଳାଦ୍ରି ଶବର, ସବିତା ଛତ୍ରିଆ ମେଟ୍ରନଙ୍କ ସହ ମଳୟ ମାଝୀ, ବିଶ୍ୱନାଥ ମାଝୀ, ରମେଶ ମାଝି, ଭାଗ୍ୟବନ୍ତ ଶବର, ମହେନ୍ଦ୍ର ଶବର, ଯଶୋବନ୍ତ ଶବର ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା । ଆଶ୍ରମ ବିଦ୍ୟାଳୟ ଭଟାଗୁଡାର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପଣ୍ଡା ଅତିଥି ପରିଚୟ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.