- ଚନ୍ଦନଭାଟି ଚମ୍ପିୟାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଚନ୍ଦନଭାଟି ଖେଳ ପଡିଆ ଠାରେ ପ୍ରଥମ ଶରତ ଦଳାଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଚନ୍ଦନଭାଟି ୩-୧ ଗୋଲରେ ଅମାମୁଣ୍ଡାକୁ ହରାଇ ଚମ୍ପିୟାନ ହୋଇଛି । ପୂର୍ବତନ କ୍ରୀଡାବିତ୍ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ କପିଳେଶ୍ୱରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫାଇନାଲ ଖେଳରେ ଓଡିଶା ଫୁଟବଲ ଏସୋସିଏସନ ତଥା ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗଦେଇ ବିଜେତା ଚନ୍ଦନଭାଟି ଦଳକୁ ଟ୍ରଫି ସହ ୬ହଜାର ଟଙ୍କା ଓ ଉପବିଜେତା ଅମାମୁଣ୍ଡା ଦଳକୁ ଟ୍ରଫିସହ ୪ହଜାର ଟଙ୍କା ପୁରସ୍କୃତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ପୂର୍ବତନ କ୍ରୀଡାବିତ୍ ତଥା ସଂଯୋଜକ ପ୍ରଭୁଦତ୍ତ ପ୍ରଧାନ, କ୍ରୀଡା ସଂସଦ ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ସଭାପତି ଜିତୁ ଦଳାଇ, ସଂପାଦକ ବଳଦେବ ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀକାନ୍ତ ଦଳାଇ ମଂଚାସିନ ଥିଲେ । ଖେଳକୁ ସଂଜିତ ତରିଆ, ଶୁଶାନ୍ତ ନାଗ, ସଂଜିବ ମହାରଣା, କରୁଣାକର ପ୍ରଧାନ, ବିଜୟ ରଣା ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଉଦ୍ଘାଟନି ଖେଳରେ ଚନ୍ଦନଭାଟି ଫାଣ୍ଡି ଅଫିସର ଅଜିତ କୁମାର ସାହୁ ଓ କ୍ରୀଡା ସଂଗଠକ ଅଶ୍ୱିନି ଖମାରି ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ଚନ୍ଦନଭାଟି, ଗେର୍ଡି, କାଲସାଏପାଲି, ସକମା, ଅମାମୁଣ୍ଡା, ମହିମୁଣ୍ଡା, କୁରୁଲ ଓ ଡିଏଫ୍ଏ ବଲାଙ୍ଗିର ଦଳ ଯୋଗଦେଇଥିଲେ । ଭରତ ଡାଙ୍ଗ, ଆନନ୍ଦ ମହାକୁର, ପଂଚାନନ ପାଣିଗ୍ରାହୀ, ଅଜିତ ଦଳାଇ, ଶାନ୍ତନୁ ଦଳାଇ ପ୍ରମୁଖ ସମସ୍ତ ସଦସ୍ୟ ଓ ଦଳାଇ ପରିବାର ସହଯୋଗ କରିଥିଲେ ।