ବେହେରାପାଲି ବସନ୍ତ ମହୋତ୍ସବ ଉଦଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଠାରେ ସରସ୍ୱତୀ ପୂଜା ଦିନ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ବସନ୍ତ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ କଳସ ଯାତ୍ରା ସହ ସରସ୍ୱତୀ ପୂଜା ଆରମ୍ଭ ହୋଇଥିଲା । ପୂଜାର କର୍ତ୍ତା ଭାବରେ ଚିତ୍ରସେନ ଭୁଏ ଦାୟିତ୍ୱ ନିର୍ବାହ କରିଥିଲେ । ସନ୍ଧ୍ୟାରେ ଦଇନୀ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଅଶୋକ ପୁଝାରୀ, ଅଧ୍ୟାପକ ସୁଶାନ୍ତ ମିଶ୍ର, ସୁକୁମାର ଭୋଇ, ବ୍ୟଙ୍ଗ କବି ଶିଶିର ପୁରୋହିତ ଯୋଗଦାନ କରିଥିଲେ । ଦ୍ୱିତୀୟ ଦିବସରେ ଭଟଲୀ ବିଧାୟକ ଇରାସିସ ଆଚାର୍ଯ୍ୟ, ବିପ୍ଲବୀ କବି ନିତିଶ ଚନ୍ଦ୍ର ଆଚାର୍ଯ୍ୟ, ନାଟ୍ୟକାର ରାଜେଶ କାରିଆ ଯୋଗଦାନ କରି ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ସଭାରେ ସମାଜସେବୀ ଗାନ୍ଧିଜୀ ସାହୁ, ଧିରଜ ପଧାନ, ଦିବ୍ୟକିଶୋର ସା, ବିନୋଦ ସା ପ୍ରମୁଖ ଯୋଗଦେଇ ଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସରେ ସମସ୍ତଙ୍କ ପାଇଁ ଅନ୍ନ ଭୋଗ କରାଯାଇଥିଲା । ଏହି ତିନି ଦିନର ସଭା କାର୍ଯ୍ୟକ୍ରମରେ ଗ୍ରାମର ଚନ୍ଦ୍ରଶେଖର ବାରିକ, ଦିବାକର ମେହେର, ଭୀଷ୍ମଦେବ ମେହେର, ସୁରେଶ ମେହେର, ପୁଷ୍ପ ରଞ୍ଜନ ମେହେର, ସୁଶାନ୍ତ ସାହୁ, ଜିଲାନୀ ବାଗ, କେଦାରନାଥ ସାହୁ, ସୁଶାନ୍ତ ମେହେର, ଟେକଚାନ୍ଦ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟକୁ କବି ରୋହିତ ମେହେର ସଂଯୋଜନା କରିଥିଲେ । ପୂଜା କମିଟୀର ବ୍ରହ୍ମାନନ୍ଦ ସୁଇ, ବସନ୍ତ ବରିହା, ବାଳକୃଷ୍ଣ ଧୀବର, ଝସକେତନ ସୁଇ, ଡମ୍ବରୁ ଭୁଏ, ରଶୁଭ ଭୁଏ, ଖଏନୁ ଭୁଏ, ବସନ୍ତ ବରିହା, ଗଣେଶ ସୁଇ, ଦୈତାରି ବାଗ, ଖଗେଶ୍ୱର ଭୁଏ, ଉଦୟ ଭୁଏ, ତୀର୍ଥବାସୀ ଭୁଏ, ଗୋବର୍ଦ୍ଧନ ବିଶ୍ୱାଳଙ୍କ ସହ ସମସ୍ତ ଯୁବସମାଜ କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନେଇଥିଲେ । ଆଖପାଖ ଗ୍ରାମର ଶିଶୁ କଳାକାରମାନେ ନୃତ୍ୟଗୀତ ପରିବେଷଣ ସହ କୁଇଜ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଏହି ତିନିଦିନ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଲିଥିଲା । ସୋମବାର ସନ୍ଧ୍ୟାରେ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହ ସରସ୍ୱତୀଙ୍କ ମୂର୍ତ୍ତିକୁ ଗାଁ ପୋଖରୀରେ ବିସର୍ଜନ କରାଯାଇଥିଲା ।

Leave A Reply

Your email address will not be published.