ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମରେ ଆଜାଦ କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବିଜେପି ଯୁବନେତା ପ୍ରୀତେଶ ବହିଦାର ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଏବଂ ସରୋଜ ପାଣିଗ୍ରାହୀ, ସୀତାରାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ ପାଟଣାଗଡ଼ ଏବଂ ତେନ୍ତୁଳିଖୁଣ୍ଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେନ୍ତୁଳିଖୁଣ୍ଟି ଦଳ ଟାଇବ୍ରେକର୍ ଜରିଆରେ ୧ – ୦ ଗୋଲରେ ବିଜୟ ଲାଭ କରି ଚାମ୍ପିୟନ ଘୋଷିତ ହୋଇଥିଲା । କ୍ଷୀରସିନ୍ଧୁ ବେହେରା, ଦେବେନ୍ଦ୍ର ଥନାପତି, ଚିତ୍ତରଞ୍ଜନ ପାଣ୍ଡେ, ଦୀପକ ରାଜହଂସ, ସୁଜିତ ରାଜହଂସ ଏବଂ ବିକି ବିଶି ଖେଳ ପରିଚାଳନା କରିଥିବାବେଳେ ସୁବଳ ସାହୁ, କିଶୋର ଚନ୍ଦ୍ର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପଦ୍ମନ ବରିହା, ସୁରେଶ ମେହେର, ଧନଞ୍ଜୟ ମେହେର, ମଣ୍ଟୁ ମେହେର, ନୀତେଶ ବାଗ, ସୂର୍ଯ୍ୟ ବାଗ, ବଡ ମେହେର, ମଣ୍ଟୁ ଥନାପତି ପ୍ରମୁଖ ସହଯୋଗ କରିଥିଲେ । ବାସୁଦେବ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।