୪୪ତମ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

  • ଲାଲମାଟି ଟିମ୍ ଚମ୍ପିୟାନ, ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ରନର୍ସ ଅପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ପଡ଼ିଆ ଠାରେ ଚାଲିଥିବା ୪୪ତମ ନକଆଉଟ ଫୁଟବଲ ପ୍ରତିଯୋଗିତା ସମାପ୍ତ ହୋଇଯାଇଛି । ଯୁବ ଶକ୍ତି କ୍ଲବର ସଭାପତି ଏଡୱର୍ଡ କନଭେଙ୍କ ସଭାପତିତ୍ୱ ଓ ସାମ୍ପାଦକ ରବିନ୍ଦ୍ର ବେବର୍ତ୍ତାଙ୍କ ଆବାହକତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ସିଆର୍‌ପିଏଫ୍‌ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି, ଶ୍ରମିକନେତା ଗୋପାଳ ଦାସ ସମ୍ମାନିତ ଅତିଥି ଓ ଅନ୍ୟତମ ଅତିଥି ଭାବେ ଜଲଦା ସରପଞ୍ଚ ଗୀତା ଓରାମ, ସମାଜସେବୀ ଆଶା ତନ୍ତୀ, ପ୍ରାକ୍ତନ ସରପଞ୍ଚ ଜାତୃ ଓରାମ, ବଳରାମ ତନ୍ତୀ, ବଳରାମ ଲୋହାର, ନନ୍ଦଲାଲ ସମାଧୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡା ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୁଏ ବୋଲି ମତ ରଖିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟ୍ରାଇବ୍ରେକର ଦ୍ଵାରା ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ଲାଲଟାଙ୍କି ଦଳ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବକୁ ୫-୪ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟ ଅତିଥିଗଣ ଲାଲମାଟି ଚମ୍ପିୟାନ ଦଳକୁ ଏକ ଖାସୀ ଓ ଚମ୍ପିୟାନ ଟ୍ରଫି, ୟୁନାଇଟେଡ଼ ସ୍ପୋର୍ଟସ କ୍ଲବକୁ ଏକ ଖାସି ଓ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା । କୋଷାଧ୍ୟକ୍ଷ ପି ଏନ୍ ମହାପାତ୍ର ଓ ଅନ୍ୟମାନେ ଏହି ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.