ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ଆୟୋଜିତ ସମୂହ କ୍ରୀଡା ଗୁଡ଼ିକ କ୍ରୀଡା ଶିକ୍ଷକ ସୁଷମ କୁମାର ଦଳେଇ ପରିଚାଳିତ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସଂପୃକ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା ଯୋଗ ଦେଇଥିଲେ । +୨ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ଖଲିଆଭଟା ସରପଞ୍ଚ ଶ୍ରୀମତୀ ପୁଝାରୀ ,ବରିଷ୍ଠ ସାମ୍ବାଦିକ ଅସ୍ରଫ ଅଲ୍ଲୀ, ଅରବିନ୍ଦ ଆର୍ଟସ୍କୁଲ ଶିକ୍ଷକ ମୁକୁନ୍ଦ ରେଡ୍ଡୀ, ସମାଜସେବୀ ପୁରଞ୍ଜନ ପୁଝାରୀ ଜୟପାଟଣା ବ୍ଲକ ମଙ୍ଗଳ ଅଧିକାରୀ, ଭବାନୀ ଶଙ୍କର ଜେନା, ଅବସର ପ୍ରାପ୍ତ ଶିକ୍ଷକ ବିଶ୍ୱଭୂଷଣ ବେହେରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ଉତ୍ସାହିତ କରିଥିଲେ । ଶିକ୍ଷକ କୁନା ଅରେବେଡିଆ ଅତିଥି ପରିଚୟ, ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।