ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା-ଗାନ୍ଧୀ ଗ୍ରାମ ପଡା ଯୁବକ ମାନଙ୍କ ଉଦ୍ୟମ କ୍ରମେ ୨୭ତମ ମାଣବସା ଲକ୍ଷ୍ମୀ ପୂଜନ ଉତ୍ସବ ସମାରୋହରସହ ପାଳିତ ହୋଇଯାଇଛି । ତା. ୨.୧୨.୨୦୨୫ରିଖ ମଙ୍ଗଳବାର ଦିନ ଏକ ଶୁଭଲଗ୍ନରେ ସ୍ଥାନୀୟ ପୋଖରୀ ଠାରୁ ଜଳ ଉଠାଣ କରି କଳସ ଯାତ୍ରାରୁ ମା’ ଲକ୍ଷ୍ମୀଙ୍କ ପୂଜନ ଉତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ତିନିଦିନ ଧରି ହୋମଯଜ୍ଞ, ପୁରାଣପାଠ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା । ଅଂଚଳର ବରିଷ୍ଠ ସମାଜସେବୀ ଗଙ୍ଗାଧର ମାଝି ଓ ତାଙ୍କ ସହଧର୍ମିଣୀ ନିର୍ମଳା ମାଝୀ କର୍ତ୍ତା କାର୍ଯ୍ୟ ସୁସମ୍ପାଦନ କରିଥିଲେ । ପୂଜକ ସୁରେଶ ନନ୍ଦ ବିଧିବଦ୍ଧ ଭାବେ ପୂଜନ କାର୍ଯ୍ୟ ତୁଲେଇ ଆସିଥିବା ବେଳେ, ପ୍ରବୀର ପଣ୍ଡା ଲକ୍ଷ୍ମୀ ପୁରାଣ ପଠନ କରିଥିଲେ । ସଦନ ପଟେଲ ପୂଜନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ । ତିନିଦିନ ଧରି ଅନ୍ନପ୍ରସାଦ ସେବନର ସୁବନ୍ଦୋବସ୍ତ ହୋଇଆସୁଥିଲା । ମା’ ଲକ୍ଷ୍ମୀଙ୍କ ଭସାଣି ଉତ୍ସବରେ ମଧ୍ୟ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ରହିଥିଲା । ଚାରିଦିନ ଧରୀ ମା’ଙ୍କ ପୂଜନ ଉତ୍ସବରେ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ଯୋଗୁ ପୂଜା କମିଟିର ବରିଷ୍ଠ ସଦସ୍ୟ ନରେଶ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ସାହୁ, ତପନ କୁମାର ସାହୁ, ବିକାଶ ରଞ୍ଜନ ସାହୁ, ପ୍ରଦୀପ ମାଝୀ, ପ୍ରସାଦ ସାହୁ, ସନ୍ତୋଷ ସାହୁ, ତଥା ଉପଦେଷ୍ଟା ମଣ୍ଡଳୀ ଜନସାଧାରଣଙ୍କ ସୁଖ ସମୃଦ୍ଧି ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରନ୍ତି ।