ବୈଶାଖି ନାଟ୍ୟ ମହୋତ୍ସବ -୨୦୨୫ ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସୌଜନ୍ୟ ତଥା ବଲାଙ୍ଗିର-ସୋନପୁର ନିର୍ମାଣ ଶ୍ରମିକ ସଂଘ, ବୁର୍ଡା ଆନୁକୂଲ୍ୟରେ ବୁର୍ଡା ସ୍ଥାନୀୟ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ତିନିଦିନ ଧରି ଆୟୋଜିତ ହୋଇଥିବା ବୈଶାଖି ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବର ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ ଶ୍ରମିକ ସଂଘର ସଭାପତି ଓମପ୍ରକାଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଥାନା ଆଇଆଇସି ସୁଜ୍ଞାନ ବାରିକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରସାର ବାଗ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ କଳାକାର ଦିଲୀପ ଦୀପ ଏବଂ ଅନୁଷ୍ଠାନର ସମ୍ପାଦକ ଗୋପାଳ ସାହୁ ମଞ୍ଚାସୀନ ଥିଲେ । ଉଦଯାପନୀ ସନ୍ଧ୍ୟାରେ ବୁର୍ଲା ୟୁନିଭରସିଟି ପ୍ରସ୍ତୁତି ନାଟକ “ଶକୁନ୍ତଳା” ବେଶ ପ୍ରଶଂସନୀୟ ଥିବା ସହିତ ଶତାଧିକ ଦର୍ଶକ ନାଟକଟିକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.