ଦେଓଗାଁ ଗଜଲକ୍ଷ୍ମୀ ପୂଜା ଓ ନାମଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ଅନ୍ତର୍ଗତ ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଗଜଲକ୍ଷ୍ମୀ ପୂଜା ଏବଂ ନାମଯଜ୍ଞ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି । ସୋମବାର ଦିନରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୧୬ପ୍ରହରୀ ବୁଧବାର ଦିନରୁ ଆରମ୍ଭ ହୋଇଥିଲା । ଗଜଲକ୍ଷ୍ମୀ ପୂଜାରେ ପ୍ରଶାନ୍ତି ସାହୁ ଏବଂ ଦୁର୍ବାଦଳ ସାହୁ କର୍ତ୍ତା ଭାବେ ରହିଥିବା ବେଳେ ପଣ୍ଡିତ ବାଳକୃଷ୍ଣ କର ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି । ସେହିପରି ନାମଯଜ୍ଞରେ କର୍ତ୍ତା ଭାବେ ରଶ୍ମିତା ସାହୁ ଏବଂ ରମେଶ ସାହୁ କର୍ତ୍ତା ଦାୟିତ୍ୱରେ ଥିବା ବେଳେ ପୂଜକ ଭାବେ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରୁଥିଲେ । ଗୁରୁବାର ସଂଧ୍ୟାରେ ଗଜଲକ୍ଷ୍ମୀ ପୂଜା ପୂର୍ଣ୍ଣାହୁତି ହୋଇଥିବା ବେଳେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ନାମଯଜ୍ଞ ପୂର୍ଣ୍ଣାହୁତି ହୋଇଛି । ଅପରାହ୍ନରେ କଛାରପାଲି ଏବଂ ଦେଓଗାଁ ନଗର ପରିକ୍ରମା ପରେ ଭସାଣି ହୋଇଯାଇଛି । ପୂଜା ଏବଂ ନମାଯଜ୍ଞ ପରିଚାଳନାରେ ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କ ସହ ପ୍ରଗତି ଯୁବକ ସଂଘର ସମସ୍ତ ସଭ୍ୟ, ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.