ଭରସୁଜା ଆଞ୍ଚଳିକ ଆର୍ଯ୍ୟ ସମାଜର ଶ୍ରାବଣୀ ପର୍ବ ଉଦଯାପିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଆଞ୍ଚଳିକ ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ଗତ ଶ୍ରାବଣ ପୂର୍ଣ୍ଣିମା ଠାରୁ ଏକମାସ ପର୍ଯ୍ୟନ୍ତ ଚାଲିଥିବା ଶ୍ରାବଣୀ ଉପାକର୍ମ ଓ ବେଦ ପ୍ରଚାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଭରସୁଜା କପିଳେଶ୍ଵର ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିପୁର ଗୁରୁକୁଳ ନୂଆପଡାର ସଂସ୍ଥାପକ ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବାର୍ଯ୍ୟ ବ୍ରହ୍ମା ପ୍ରବଚକ ଭାବେ ଯୋଗଦେଇ ସମବେତ ଶ୍ରୋତାଙ୍କୁ ଯଜ୍ଞର ମହିମାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଉକ୍ତ ଉତ୍ସବରେ ହୋଇଥିବା ପୂର୍ଣ୍ଣାହୁତି ଯଜ୍ଞରେ ଆନନ୍ଦ କୁମାର ସାହୁ, ଅମୂଲ୍ୟ ଦଲେଇ, ପ୍ରତାପ ଭୋଇ ଓ ସତ୍ୟ ମେହେର ସପତ୍ନିକ ଯଜମାନ କାର୍ଯ୍ୟ ତୁଲାଇଥିଲେ । ଏହି ଉତ୍ସବରେ ଭରସୁଜା, କରିମୁଣ୍ଡା, କଳଙ୍ଗାପାଲି ବିନ୍ଧାପାଲି, ଆଗଲପୁର, ଜେମାପାଲି ଓ ବଣ୍ଡାବାହାଲ ଆର୍ଯ୍ୟ ସମାଜର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିବା ବେଳେ ସୁବାସ ସାହୁ, ସାହେବ ଭୋଇ, ସୁରେଶ୍ଵର ମୁନି, ସଚେତନ ମୁନି, ପରିତୋଷ ମିଶ୍ର, ଧର୍ମରାଜ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକୁ ତତ୍ତ୍ଵାବଧାନ କରିଥିଲେ ।

Leave A Reply

Your email address will not be published.