oom

ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ ଉଦ୍‌ଯାପିତ

jsmm
  • ମନଷ୍ଟାର ଚମ୍ପିୟାନ ଓ ଡେଞ୍ଜର ଇଲେଭନ ରନର୍ସଅପ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରର ଜେ ଏ ସ୍ପୋର୍ଟସ କ୍ଲବ୍ ତରଫରୁ ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ହମିରପୁର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ ଏହି କ୍ରିକେଟ୍ ପ୍ରତିଯୋଗିତା ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଏଥିରେ ୩୨ ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ମନଷ୍ଟାର ଓ ଡେଞ୍ଜର ଇଲେଭନ ମଧ୍ୟରେ ଖେଳାଯାଇଥିଲା । ଏହି ସିମୀତ ଓଭର ମ୍ୟାଚରେ ମନଷ୍ଟାର ଡେଞ୍ଜର ଇଲେଭନକୁ ୪୦ ରନରେ ହରାଇ ଚମ୍ପିୟାନ ଟ୍ରଫି ସହ ନଗଦ ୩୦ ହଜାର ଓ ଡେଞ୍ଜର ଇଲେଭନ ରନର୍ସଅପ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପୁରସ୍କାର ଲାଭ କରିଥିଲେ । ସେହିପରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ମନଷ୍ଟାରର ଶୁଭମ ରାଉତରାୟ ଓ ଶ୍ରେଷ୍ଠ ବୋଲର ଭାବେ ଡେଞ୍ଜର ଇଲେଭନ ର ସୈାଭାଗ୍ୟଙ୍କୁ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଛଦପଟର କର୍ମୀ ଭାବେ ସମାଜସେବୀ ଜନ୍ ଲାକ୍ରାଙ୍କୁ ସମ୍ମାନିତ କରାଯାଇଥିଲା । ସ୍ପୋର୍ଟସ କ୍ଲବ୍ର ଅଜିତ ପଣ୍ଡା ଓ ବିନିତ୍ ଶର୍ମାଙ୍କ ଆବାହକତ୍ଵ ଆୟୋଜିତ ଏହି ଫାଇନାଲ ମ୍ୟାଚରେ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତ, ସମାଜସେବୀ ସରୋଜ ସୁନା ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଏହି ଖେଳକୁ ଅଧିକ ବିକଶିତ କରିବା ଓ ଖେଳ ମାଧ୍ୟମରେ ଭାଇଚାରା ତଥା ଶାରୀରିକ ସୁସ୍ଥତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ରାୟଗୁରୁ, ଆର କେ ପଣ୍ଡା, ସଞ୍ଜୀବ କୁମାର ରାୟଗୁରୁ, ଗଙ୍ଗାଧର ଦାଶ, ମହେଶ୍ୱର ପଣ୍ଡା, ହରମନ ଲାକ୍ରା, ଜେଠ କୁମାର ଲାକ୍ରା, ଅଗସ୍ତି ଦାସ, ପ୍ରଶାନ୍ତ ଦାସ, ସୋନୁ ତନ୍ତୀ, କେ କେ ବିଶ୍ୱାଳ, ପୁଷ୍ପଲତା ରାୟଗୁରୁ, ଅନିତା ରାୟଗୁରୁ, ଜୟଶ୍ରୀ ପଣ୍ଡା, ମନ୍ଦାକିନୀ ଶର୍ମା, ମନୋରଞ୍ଜନ କର,ନିତିଶ ପାତ୍ର, ଏନ୍ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମିରଜା ସାହିଦ ଓ ବିପିନ୍ ସଂଗ୍ରାମ ଖେଳ ବିବରଣୀ ସହ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ଆବାହକ ଶ୍ରୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.