
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ “ନିଷ୍ଠା” ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ଗତ ୧୧ ଏପ୍ରିଲ ପୂର୍ବାହ୍ନରେ ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାନୁମତୀ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ବିଆର୍ସିସି ରମେଶ ଚନ୍ଦ୍ର ସାମର୍ଥ ଓ ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗଦେଇ ପ୍ରଶିକ୍ଷଣକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୩୨ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ନେଇଥିଲେ । ଏଥିରେ ସାଧନକର୍ମୀ ଭାବେ ଅଭୟ କୁମାର ମିଶ୍ର, ମନୋରଞ୍ଜନ ଭୋଇ, ରମେଶ ଚନ୍ଦ୍ର ଭୋଇ, ଜୁଲ ଫିକର ଖାନ୍ ଓ ସୁରେନ୍ଦ୍ର ନାଥ ସାମଲ ତାଲିମ ଦେଇଥିଲେ । ପ୍ରଶିକ୍ଷଣର ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ “ନିଷ୍ଠା” ମୋଡୁଲ୍ ବଣ୍ଟନ କରାଯାଇଥିଲା । ପ୍ରଶିକ୍ଷଣଟି ୧୭ ଏପ୍ରିଲ ମଧ୍ୟାହ୍ନରେ ଉଦ୍ଯାପିତ ହୋଇଯାଇଛି ।