oom

ସରସ୍ଵତୀ ଶିଶୁ ମନ୍ଦିରରେ ୩୫ତମ ବାର୍ଷିକୋତ୍ସବ ଉଦ୍‌ଯାପିତ

jsmm

ସଇଁତଲା, (କେପିଏନ୍‌ଏସ୍‌) : ଗତ ସୋମବାର ଦିନ ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୩୫ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସର୍ବାଙ୍ଗୀନ ବିକାଶ ତଥା ଚରିତ୍ର ଗଠନରେ ଶିଶୁ ମନ୍ଦିରର ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ପରିଷଦ ପ୍ରମୋଦ କୁମାର ଭୋଇ, ମୁଖ୍ୟବକ୍ତା ଭାବରେ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଲକ୍ଷ୍ମଣ ମେହେର, ପରିଚାଳନା ସମିତିର ଉପ ସଭାପତି ନାରାୟଣ ଜାଲ, ସମ୍ପାଦକ ଭୀମସେନ ସ୍ୱାଇଁ ଓ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଭୀମସେନ ସ୍ୱାଇଁ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ପରିପ୍ରେକ୍ଷୀରେ ସରକାରୀ ବୃତ୍ତି, ପଠାଣୀ ସାମନ୍ତ ଗଣିତ ମେଧା, ଘଜଞଝ, ନବୋଦୟ ପରୀକ୍ଷା ଓ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ତଥା ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏପରିକି ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ଓଡ଼ିଶା ପ୍ରଶାସନିକ ସେବା, ଚିକିତ୍ସା ବିଜ୍ଞାନ ଓ ଯନ୍ତ୍ରୀ ଶିକ୍ଷାରେ କାର୍ଯ୍ୟରତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ଡ.ସ୍ଵସ୍ତିକ କୁମାର ଦାସ ଏବଂ ଡ. ଚନ୍ଦ୍ରଧ୍ଵଜ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଝାସକେତନ୍ ବଗର୍ତି, ନୂତନ, ଜୟନ୍ତୀ, ଗରୁଡ଼, ପୂର୍ଣ୍ଣିମା, ମାଣିକ୍ୟ, ଟିକେଶ୍ୱରୀ, ଗୀତା, ରାଜକିଶୋର, ଶାନ୍ତନୁ, ବିନୋଦ, ଗଣେଶ ,ସୁରୂପାଲ, ପବିତ୍ର, ରାମଚନ୍ଦ୍ର, ବେଣୁଧର, ସୀତାରାମ, ଭବାନୀ, ତ୍ରିଲୋଚନ, ଛନ୍ଦା, ଯାଦବ, ତିଳୋତ୍ତମା, ମୋନିକା, ସସ୍ମିତା, ଅସୀମା, ବେବି ତଥା ସମସ୍ତ ଗୁରୁଜୀ ଗୁରୁମା, ସେବକ, ସେବିକା ଏବଂ ବାହନ ଚାଳକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ବିନୟ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.