ଜିଲ୍ଲା ସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଉଦ୍‌ଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜରେ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡ଼ାକୁଆଙ୍କର ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୩୦ ଜଣ ଅନୁଭୂତି ସମ୍ପନ୍ନ ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀ, ଅନୁଷ୍ଠାନର ଶତାଧିକ ଗୁରୁଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅଭିନବ କାର୍ଯ୍ୟକ୍ରମରେ ଶଶୀଧର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ, ଶୁଭାଶିଷ ଚାଟାର୍ଜୀ, ଗବେଷକ, ଇସ୍ରୋ, ତପସ୍ଵିନୀ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦା, ଅନାଦି ଚରଣ ବିନ୍ଧାଣୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମୟୂରଭଞ୍ଜର ପୂର୍ବତନ ଅଧ୍ୟକ୍ଷ ଏବଂ କେ. ଲକ୍ଷ୍ମୀ ସେନାପତି, ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ, ଛାତ୍ରଛାତ୍ରୀମାଙ୍କର ଜୀବନରେ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀର ଭୂମିକା, ଅନୁଭୂତି ଆଧାରିତ ଶିକ୍ଷା ମାଧ୍ୟମରେ ଶିକ୍ଷଣ ଏବଂ ଛାତ୍ରଛାତ୍ରୀମାନଙ୍କର ଜୀବନରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭୂମିକାକୁ ନେଇ ଆଲୋଚନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା, ଶିକ୍ଷକ ପ୍ରଶିକ୍ଷିକା ଦୀପ୍ତି ମହାନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ତୃପ୍ତି ମହାନ୍ତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିବା ଅତିଥି ବୃନ୍ଦ ତଥା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୁଶଳୀ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପାଠ୍ୟକ୍ରମ ଲକ୍ଷ୍ୟ ଏବଂ ଶିକ୍ଷଣ ଫଳାଫଳ ଆଧରରେ ଦଳଗତ ତଥା ବ୍ୟକ୍ତିଗତ ଭାବେ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନରେ ଆକର୍ଷଣୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଦଳଗତ ଭାବରେ ସଂଖ୍ୟାଜ୍ଞାନ ପାଇଁ ଦଳ ନଂ-୧ (ବର୍ଷାରାଣୀ ପାତ୍ର, ସୁବ୍ରତ କୁମାର ମହାପାତ୍ର, ଅନନ୍ୟା ବେହେରା) ଏବଂ ଭାଷାଜ୍ଞାନ ପାଇଁ ଦଳ ନଂ-୧୦ (କୌଶଲ୍ୟା ମହାନ୍ତ, ପ୍ରିୟଙ୍କା ସାହୁ ଓ ସ୍ମୃତିପ୍ରଭା ଘଡେ଼ଇ) ବିଜେତା ହୋଇଥିଲେ । ବ୍ୟକ୍ତିଗତ ଭାବରେ ସଂଖ୍ୟାଜ୍ଞାନ ପାଇଁ ଅର୍ଚ୍ଚନା ବିଶ୍ୱାଳ (ପ୍ରଥମ), ଅଭିଷେକ ମହାପାତ୍ର (ଦ୍ୱିତୀୟ), ଆଦ୍ୟାଶା ଦାସ (ତୃତୀୟ) ଏବଂ ଭାଷାଜ୍ଞାନ ପାଇଁ ମିନାକ୍ଷୀ ମିଶ୍ର (ପ୍ରଥମ), ସନ୍ତୋଷ କୁମାର ସାହୁ (ଦ୍ୱିତୀୟ), ସୁଧାଂଶୁ ସାହୁ (ତୃତୀୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.