ରଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଦାମୋଦର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୂତିଆରବାହାଲ ପଞ୍ଚାୟତର ସରପଞ୍ଚ ନୀଳମଣି ସେଠ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜିତ ସାହୁ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶିଲ ଭୋଇ ଯୋଗ ଦେଇଥିଲେ । ପୂର୍ବତନ ସିଆର୍‌ସିସି ଗୋପଲଜୀ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ରଜାମୁଣ୍ଡା ଗାଁର ଯୁବକମାନଙ୍କ ଦ୍ଵାରା ମ୍ୟାଜିକ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଶିକ୍ଷୟତ୍ରୀ ତପିସା ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.